ଭୁବନେଶ୍ୱର: ଭିଜିଲାନ୍ସ ମାମଲା ଆଧାରରେ ପୂର୍ତ୍ତ ବିଭାଗର ୧୨୮ଜଣ ବିଭିନ୍ନ ଯନ୍ତୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସହିତ ପରାମର୍ଶକ୍ରମେ ଓ ଆଇନ୍ ଅନୁସାରେ ଏହାର ଫଏସଲା ହୋଇଥାଏ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୧୨୮ଜଣ ଯନ୍ତ୍ରୀଙ୍କ ବିରୁଦ୍ଧରେ ଚାଲିଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଏସଲା ହୋଇନାହିଁ । ଏଗୁଡିକୁ ଫଏସଲା କରିବାପାଇଁ ବିହିତ ପଦକ୍ଷେପ ନିଆଯାଉଛି । ମନ୍ତ୍ରୀଙ୍କ ଉତ୍ତରରୁ ସୂଚନା ମିଳିଛି ଯେ ଅଧିକାଂଶ ମାମଲାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇନାହିଁ । ମାତ୍ର ୩୦ଜଣ ଯନ୍ତ୍ରୀଙ୍କର ତଦନ୍ତ ରିପୋର୍ଟ ବିଭାଗର ହସ୍ତଗତ ହୋଇଛି । ଏହିସବୁ ରିପୋର୍ଟ ମଧ୍ୟରୁ କେତେକ ୨୦୧୬ରୁ ହସ୍ତଗତ ହୋଇଥିବାବେଳେ ଅଧିକାଂଶ ରିପୋର୍ଟ ୨୦୨୪ ଓ ୨୦୨୫ରେ ମିଳିଛି ।