29.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶତିହାର ଜେଲ୍‌ରେ ୧୨୫ କଏଦୀ ଏଚ୍‌ଆଇଭି ପଜିଟିଭ୍‌

ତିହାର ଜେଲ୍‌ରେ ୧୨୫ କଏଦୀ ଏଚ୍‌ଆଇଭି ପଜିଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜେଲ୍‌ରେ ୧୨୫ ଜଣ କଏଦୀଙ୍କୁ ଏଚ୍‌ଆଇଭି ପଜିଟିଭ୍ ଥିବା ଜଣାପଡିଛି । ତିହାର ଜେଲ୍‌ରେ ତିନୋଟି ଭିନ୍ନ ଜେଲ୍ ତିହାର, ରୋହିଣୀ, ଏବଂ ମାଣ୍ଡୋଲି ରହିଛି । ସଂକ୍ରମିତ କଏଦୀମାନେ କେବଳ ଏହି ଜେଲ୍‌?ରେ ଚିହ୍ନଟ ହୋଇଛନ୍ତି । ଏହି ବନ୍ଦୀମାନେ ପୂର୍ବରୁ ଏଡସ୍‌ରେ ପୀଡିତ ଥିବା କୁହାଯାଉଛି । ଏହା ବ୍ୟତୀତ ୨୦୦ କଏଦୀଙ୍କ ମଧ୍ୟରେ ସିଫିଲିସ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ଯାହା ଜେଲ୍ ପ୍ରଶାସନରେ ଚିନ୍ତା ବଢ଼ାଇଛି । ସୂଚନା ଅନୁଯାୟୀ, ତିହାର ଜେଲ୍‌ରେ ପ୍ରାୟ ୧୦,୫୦୦ କଏଦୀଙ୍କ ଡାକ୍ତରୀ ସ୍କ୍ରିନିଂ କରାଯାଇଥିବାବେଳେ ମୋଟ କଏଦୀଙ୍କ ସଂଖ୍ୟା ପ୍ରାୟ ୧୪,୦୦୦ ଅଟେ । ଜେଲ୍‌ରେ ସମୟ ସମୟରେ ଏଭଳି ମେଡିକାଲ ସ୍କ୍ରିନିଂ କରାଯାଇଥାଏ । ତିହାର ଜେଲ୍‌ର ନୂତନ ଡିଜି ସତୀଶ ଗୋଲଚା ଦାୟିତ୍ୱ ଗ୍ରହଣ କରିବା ପରେ ମେ’ ଏବଂ ଜୁନ୍ ମାସରେ ୧୦,୫୦୦ କଏଦୀଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking