19.1 C
Bhubaneswar
Friday, November 22, 2024
Homeଅପରାଧରାଜ୍ୟରେ ୫ ମାସରେ ୧୨୪୩ ଦୁଷ୍କର୍ମର ଶିକାର

ରାଜ୍ୟରେ ୫ ମାସରେ ୧୨୪୩ ଦୁଷ୍କର୍ମର ଶିକାର

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ, ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ସନ୍ଧ୍ୟା ହେବା ମାତ୍ରେ, ଘରୁ ବାହାରକୁ ଯିବାକୁ ଡରୁଛନ୍ତି ମହିଳା। ଦକ୍ଷତା ସତ୍ତ୍ୱେ ବି ଫେଲ୍ ମାରୁଛି ପୋଲିସ । ଗତ ୫ ମାସ ଅର୍ଥାତ୍ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ଘଟିଥିବା ଅପରାଧରୁ ଏହା ଜଳଜଳ ଦେଖାଯାଉଛି । ଓଡ଼ିଶା ପୁଲିସ୍ ରିପୋର୍ଟ କହୁଛି, ଏହି ଅବଧିରେ ୧୨୪୩ ଜଣ (ମହିଳା, ଯୁବତୀ ଓ ନାବାଳିକା) ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ୫ ମାସରେ ୫୫୬ ହତ୍ୟାକାଣ୍ଡ ଘଟିଛି । ଦୁଷ୍କର୍ମରେ ପ୍ରଥମରେ ରହିଛି ମୟୂରଭଞ୍ଜ ଜିଲ୍ଳା । ଏହି ଜିଲ୍ଳାରେ ସର୍ବାଧିକ ୯୬ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଦ୍ୱିତୀୟରେ ରହିଛି ଗଞ୍ଜାମ । ସେଠାରେ ୮୦ ଜଣ ବଳାତ୍କାରର ଶିକାର ହୋଇଛନ୍ତି । ତା’ ପଛକୁ ତୃତୀୟରେ ଯାଜପୁରରେ ୬୦, ଚତୁର୍ଥରେ ରହିଛି ଭୁବନେଶ୍ୱର ୟୁପିଡି । ଭୁବନେଶ୍ୱରରେ ୫୫ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ହତ୍ୟା ମାମଲାରେ ବି ପ୍ରଥମ ସ୍ଥାନରେ ରହିଛି ମୟୂରଭଞ୍ଜ । ଏହି ଜିଲ୍ଳାରେ ମୋଟ୍ ୫୨ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ଗଞ୍ଜାମ ପୁଲିସ୍ ଜିଲ୍ଲାରେ ୪୨ । ୩୩ଟି ହତ୍ୟାକାଣ୍ଡ ଘଟି କେନ୍ଦୁଝର ତୃତୀୟ ସ୍ଥାନରେ ରହିଛି । କଟକ ଗ୍ରାମାଞ୍ଚଳ ପୁଲିସ୍ ଜିଲ୍ଳାରେ ୩୦ଟି ହତ୍ୟାକାଣ୍ଡ ହୋଇଛି। ଚୋରି, ଲୁଟ୍ ଓ ଛିନତାଇରେ ପ୍ରଥମରେ ରହିଛି କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡି । ଏଠାରେ ଅନ୍ୟ ଜିଲ୍ଳା ପୁଲିସଠାରୁ ଢେର୍ ଅଧିକ ଘଟଣା ଘଟଛି । ଗତ ୫ ମାସ ଭିତରେ ମୟୂରଭଞ୍ଜ ଦ୍ୱିତୀୟ ୧୩୯ ଓ ଭଦ୍ରକ ତୃତୀୟ ୧୩୬ଟି ଛିନ୍‌ତାଇ ମାମଲା ରୁଜୁ ହୋଇଛି । ରାଜ୍ୟରେ ୬ ମାସ ଭିତରେ ୧୩୯୯ ଲୁଟ୍ ମାମଲା ରୁଜୁ ହୋଇଥିଲା । ସେଥିରୁ ଭୁବନେଶ୍ୱରରେ ୟୁପିଡି ପ୍ରଥମ ସ୍ଥାନରେ ରହିଛି । ଏଠାରେ ରୁଜୁ ହୋଇଛି ୨୯୦ଟି ମାମଲା । ଦ୍ୱିତୀୟ ସ୍ଥାନ ପୁରୀରେ ୮୫ ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ସମ୍ବଲପୁରରେ ୬୨ଟି ମାମଲା । ରାଜ୍ୟର ସବୁ ଜିଲ୍ଳାରେ ୨ଅଙ୍କ ଭିତରେ ଲୁଟ୍ ମାମଲା ଥିବାବେଳେ ଭୁବନେଶ୍ୱର ୩ ଅଙ୍କ ପାର୍ କରିଛି । ଯଦି ଆମେ କମିଶନରେଟ୍ ପୁଲିସ୍ କଟକ କଥା ଦେଖିବା ତେବେ ସେଠାରେ ୪୪ ଟି ଲୁଟ୍ ମାମଲା ରୁଜୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking