25.1 C
Bhubaneswar
Saturday, December 6, 2025
Homeଓଡିଶା୪ ବର୍ଷରେ ୧୨୪ କେଜି ବ୍ରାଉନସୁଗାର ଜବତ

୪ ବର୍ଷରେ ୧୨୪ କେଜି ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଓଡିଶାରେ  ୪ ବର୍ଷରେ ୧୨୪ କେଜି ୯୯୨ ଗ୍ରାମ  ବ୍ରାଉନସୁଗାର ଜବତ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖୁଛନ୍ତି ଅବକାରୀ  ମନ୍ତ୍ରୀ  ପୃଥ୍ୱୀରାଜ  ହରିଚନ୍ଦନ ।  ୪ବର୍ଷରେ  ମଧ୍ୟରେ  ୧୪୨୬ ମାମଲା ରୁଜୁ ହଇଛି । ୧୫୨୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଚଳିତବର୍ଷ  ନଭେମ୍ବର ସୁଦ୍ଧା ୨୯ କେଜି  ବ୍ରାଉନସୁଗାର ଜବତ ହଇଛି । ୩୩୧ ଅଭିଯୁକ୍ତ  ଗିରଫ  ହୋଇଛନ୍ତି । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର  ନବମ ଦିନ ।  ସୁରୁଖୁରୁରେ ଚାଲିଛି  ବିଧାନଭା ଶୀତକାଳୀନ ଅଧିବେଶନ । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ  ଚାଲିଛିି । ଦ୍ୱିତୀୟ ଅଧ୍ୟାୟରେ ଏସସି/ ଏସଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking