ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି, ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି । ସରକାର ଡ୍ରପ ଆଉଟ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରେ ୧୫ ପ୍ରତିଶତ ପିଲା ପାଠ ଛାଡିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ପାଠ ଛାଡିଛନ୍ତି । ଝିଅଙ୍କ ତୁଳନାରେ ଅଧିକ ପୁଅ ଛାଡୁଛନ୍ତି ପାଠ । ନବମ ଓ ଦଶମ ଶ୍ରେଣୀରେ ୧୨.୫% ଝିଅ ପାଠ ଛାଡିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ପୁଅଙ୍କ ଡ୍ରପ ଆଉଟ ହାର ୧୭.୩% ରହିଛି । ଷଷ୍ଠରୁ ଅଶ୍ଟମ ଶ୍ରେଣୀ ମଧ୍ୟରେ ଡ୍ରପ ଆଉଟ ହାର ୩.୨ % ରହିଛି ।ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ଡ୍ରପ ଆଉଟ ହାର ୦.୭% ରହିଛି ।










