21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶକାଶ୍ମୀରରେ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ

କାଶ୍ମୀରରେ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ

ଶ୍ରୀନଗର: ପାକିସ୍ତାନ ପଟୁ ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଯୋଜନା ଚାଲିଛି। ପ୍ରାୟ ୧୨୦ ଆତଙ୍କବାଦୀ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅତିକ୍ରମ କରି କାଶ୍ମୀରରେ ଅନୁପ୍ରବେଶ କରିବାକୁ ସୀମା ସେପାଖ ଲଞ୍ଚ୍‌ପ୍ୟାଡ୍ ନିକଟବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି। ଏମାନେ କେବଳ ସୁଯୋଗ ଅପେକ୍ଷାରେ ଅଛନ୍ତି। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର କାଶ୍ମୀର ଫ୍ରଣ୍ଟିୟର ଆଇଜି ଅଶୋକ ଯାଦବ ଅଧିକାରୀଙ୍କ କହିବାନୁସାରେ ଏଲ୍‌ଓସିର ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀମାନଙ୍କର ୬୯ଟି ଲଞ୍ଚତ୍‌ଙ୍ଗ୍ ପ୍ୟାଡ୍ ସକ୍ରିୟ ରହିଛି। ତେବେ ବିଏସ୍‌ଏଫ୍ ସତର୍କ ରହିବା ସହ ଚଳିତ ବର୍ଷ ୪ଟି ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିସାରିଛି। ସେ କହିଛନ୍ତି, ବିଏସ୍‌ଏଫ୍ ଯବାନ୍‌ଙ୍କ ଗୁଳିରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା, ଜମ୍ମୁ-କାଶ୍ମୀର ପୁଲିସ୍ ଏବଂ ସିଆରଏଫ୍ ଯବାନଙ୍କ ସହ ଏଲ୍‌ଓସିରେ ୨୨ଟି ମିଳିତ ଅଭିଯାନ କରାଯାଇଛି। ଉତ୍ତର କଶ୍ମୀରରେ କେତେଜଣ ଆତଙ୍କବାଦୀ ନିପାତ ହେବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ଜବତ ଅସ୍ତ୍ର ମଧ୍ୟରେ ଏକେ-୪୭ ରାଇଫଲ, ଏମ୍‌ପି-୫ ରାଇଫଲ୍‌, ପିସ୍ତଲ, ହ୍ୟାଣ୍ଡ ଗ୍ରେନେଡ୍‌, ୟୁବିଜିଏଲ୍‌, ୟୁବିଜିଏଲ୍ ଗ୍ରେନେଡ୍‌, ଚାଇନା ଗ୍ରେନେଡ୍ ଆଦି ରହିଛି। ଆତଙ୍କବାଦୀଙ୍କ ବିଭିନ୍ନ ପ୍ରଶିକ୍ଷଣ କ୍ୟାମ୍ପ୍ ଉପରେ ଗୁଇନ୍ଦା ବିଭାଗ ପୂରା ନଜର ରଖିଥିବା ଯାଦବ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking