ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧୨୦ କୋଟି ବ୍ୟୟ ବରାଦ ହୋଇଛି। ଏହା ଦ୍ବାରା ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବ। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନବରଂଗପୁର, ମାଲକାନଗିର ସୁନ୍ଦରଗଡ଼ ଆଦି ଜିଲ୍ଲାରେ କେନ୍ଦୁପତ୍ର ତୋଳାଳି ଅଛନ୍ତି।
ଆରମ୍ଭ ହେବ ସ୍ବଚ୍ଛ ଓଡ଼ିଶା ଯୋଜନା