29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ: ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି । ଆସନ୍ତା ୧୨ ତାରିଖରେ ସେ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ଘୋଷଣା କରିଛନ୍ତି । ଆସ୍ଥା ଭୋଟ୍ ପାଇଁ ବ୍ୟବସ୍ଥା କରିବାକୁ ପ୍ରଚଣ୍ଡ ପାର୍ଲାମେଣ୍ଟ ସଚିବାଳୟକୁ ପତ୍ର ଲେଖି ଜଣାଇଛନ୍ତି । ନେପାଳ ସମ୍ବିଧାନର ଅନୁଚ୍ଛେଦ ୧୦୦(୨) ଅନୁଯାୟୀ ଶାସକ ଦଳରେ ବିଭାଜନ ଘଟିଲେ କିମ୍ବା ମେଣ୍ଟ ସରକାରରୁ କୌଣସି ରାଜନୈତିକ ଦଳ ସମର୍ଥନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀଙ୍କୁ ୧୩ ଦିନ ମଧ୍ୟରେ ପ୍ରତିନିଧି ସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ପଡ଼ିଥାଏ । ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ଶେର୍ ବାହାଦୁର ଦେଉବାଙ୍କ ନେପାଳୀ କଂଗ୍ରେସ ଏବଂ କେ.ପି. ଶର୍ମା ଓଲିଙ୍କ ସିପିଏନ୍‌-ୟୁଏମ୍‌ଏଲ୍ ମଧ୍ୟରେ ସୋମବାର ରାତିରେ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଉଭୟ ଦଳର ୮ ଜଣ ମନ୍ତ୍ରୀଙ୍କ ଇସ୍ତଫା ସତ୍ତ୍ୱେ ପ୍ରଚଣ୍ଡ ଇସ୍ତଫା ନ ଦେଇ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking