30.1 C
Bhubaneswar
Saturday, March 14, 2026
Homeଓଡିଶାଚକ ଫାଟି ୧୨ ଚକିଆ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଚକ ଫାଟି ୧୨ ଚକିଆ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ରାଇରଙ୍ଗପୁର ବନାଞ୍ଚଳ ଅଞ୍ଚଳରୁ ଏକ ୧୨ ଚକିଆ ଟ୍ରକ ଯୋଗେ ଆକାଶିଆ ଏବଂ ମୂଲ୍ୟବାନ ଶାଳଗଣ୍ଡି ବେଆଇନ ଭାବେ ଶୁକ୍ରବାର ବିଳମ୍ବିତ ରାସଗୋବିନ୍ଦପୁର ରେଞ୍ଜ ଆଡକୁ ଯାଉଥିବା ବେଳେ ଉକ୍ତ ରେଞ୍ଜ ଅଧୀନ ବାରିପଦା-ଚିତ୍ରଡା-ଅମର୍ଦ୍ଦା ୬୧ ନମ୍ବର ରାଜ୍ୟ ରାଜପଥର ବାଘୁଆଶୋଳ ନିକଟରେ ଉକ୍ତ ଟ୍ରକ୍‌ର ଚକା ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଉକ୍ତ ଟ୍ରକ୍‌ରେ କାଠଗଣ୍ଡି ଥିବାର ସୂଚନା ପାଇ ଘଟଣାସ୍ଥଳରେ ଏସ୍‌ସିଏଫ ମେହେରବାନ ଅଲ୍ଲୀ, ରେଞ୍ଜର ଘନଶ୍ୟାମ ସିଂ, ଫରେଷ୍ଟର, ଫରେଷ୍ଟ ଗାର୍ଡ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖିବା ସହିତ କାଠ ବୋଝେଇ ଟ୍ରକକୁ ଜବତ କରିଛନ୍ତି। ତେବେ ଆକାଶିଆ କାଠର ଅନୁମତି ଥିବା ବେଳେ ଟ୍ରକ୍‌ରେ ଶାଳଗଣ୍ଡି ମଧ୍ୟ ଅଛି। ଏସବୁର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking