18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶପାକିସ୍ତାନ ସେନାଙ୍କ ଏନକାଉଣ୍ଟରରେ ୧୨ ଆତଙ୍କୀ ସଫା

ପାକିସ୍ତାନ ସେନାଙ୍କ ଏନକାଉଣ୍ଟରରେ ୧୨ ଆତଙ୍କୀ ସଫା

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନ ସେନାଙ୍କ ଏନକାଉଣ୍ଟରରେ ୧୨ ଆତଙ୍କୀ ସଫା। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦର ଶିକାର ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ପାକିସ୍ତାନୀ ସେନାକୁ ପ୍ରାୟ ପ୍ରତ୍ୟେକ ଦିନ ଅପରେସନ କରିବାକୁ ପଡ଼ୁଛି । ପାକିସ୍ତାନର ଅଶାନ୍ତ ଖଇବର ପଖ୍‌ତୁନଖୱା ଅଞ୍ଚଳରେ ମଧ୍ୟ ଏକ ସାମରିକ ଅଭିଯାନ କରାଯାଇଛି, ଯେଉଁଥିରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୟଙ୍କର ଏନକାଉଣ୍ଟରରେ ୧୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ସେନା ଦାବି କରିଛି । ସେପଟେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସେନା ଦାବି କରିଛି।

ସୂଚନା ଅନୁଯାୟୀ, ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପଖ୍‌ତୁନଖୱା ପ୍ରଦେଶରେ ଗୁଇନ୍ଦା ସୂଚନା ଆଧାରରେ ହୋଇଥିବା ଅପରେସନରେ ସୁରକ୍ଷାବାହିନୀ ୧୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏ ନେଇ ପାକିସ୍ତାନ ସେନା ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ପାକିସ୍ତାନୀ ସେନାର ସୂଚନା ଅନୁଯାୟୀ, ଫେବ୍ରୁଆରି ୫ରୁ ୬ ତାରିଖ ରାତିରେ ଉତ୍ତର ୱାଜିରିସ୍ତାନର ହାସନ ଖେଲ ଅଞ୍ଚଳରେ ଏହି ଅପରେସନ କରାଯାଇଥିଲା, ଯେଉଁଥିରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଥିଲେ। ସେନା କହିଛି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିଥିଲା, ଯାହାକୁ ଆଧାର କରି ଏହି ଅପରେସନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking