27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୧୨ ମାଓବାଦୀ ନିହତ ଘଟଣା; ସୂଚନାଦାତାଙ୍କୁ ମିଳିବ ୮୬ ଲକ୍ଷ

୧୨ ମାଓବାଦୀ ନିହତ ଘଟଣା; ସୂଚନାଦାତାଙ୍କୁ ମିଳିବ ୮୬ ଲକ୍ଷ

ମୁମ୍ବାଇ: ମହାରାଷ୍ଟ୍ର-ଛତିଶଗଡ଼ ସୀମାନ୍ତରେ ଥିବା ଗଡଚିରୋଲିର ୱାଣ୍ଡୋଲି ଜଙ୍ଗଲରେ ଗତ ବୁଧବାର ହୋଇଥିବା ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ ହୋଇଥିଲେ । ମାଓ ଦମନ ଅଭିଯାନ ଦିଗରେ ସୁରକ୍ଷାକର୍ମୀଙ୍କ ପାଇଁ ଏହା ଏକ ବହୁତ ବଡ଼ ସଫଳତା ଥିଲା । ତେବେ ଏହି ଘଟଣା ପଛର ଅସଲ ନାୟକ (ଜଣେ ଆଦିବାସୀ ବ୍ୟକ୍ତି)ଙ୍କୁ ଆର୍ଥିକ ପୁରସ୍କାରରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲେ ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିକୋଣରୁ ଉକ୍ତ ଆଦିବାସୀ ବ୍ୟକ୍ତିଙ୍କ ନାମକୁ ଗୋପନ ରଖାଯାଇଛି ।
ମହାରାଷ୍ଟ୍ର ଆଇଜିପି ସନ୍ଦୀପ ପାଟିଲ କହିଛନ୍ତି, “ୱାଣ୍ଡୋଲି ଜଙ୍ଗଲରେ ୧୨ ଥର ମାଓ ବିରୋଧୀ ଅପରେସନ କରାଯାଇଥିଲେ ମଧ୍ୟ ଏତେ ବଡ଼ ସଫଳତା ମିଳିନଥିଲା । ମାଓବାଦୀମାନେ ସବୁବେଳେ ଖସି ଯିବାକୁ ସକ୍ଷମ ହେଉଥିଲେ । କିନ୍ତୁ ଏଥର ସଠିକ୍ ସୂଚନା ଯୋଗୁ ସେମାନଙ୍କୁ ନିପାତ କରିବା ସମ୍ଭବ ହୋଇପାରିଛି । ଏହା ସତ ଯେ ଆମ କମାଣ୍ଡୋମାନଙ୍କ ଅଦ୍ୟମ ସାହାସ ଯୋଗୁ ଏହା ସଫଳ ହୋଇଛି, କିନ୍ତୁ  ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଇଥିବା ଜଣେ ଆଦିବାସୀ ବ୍ୟକ୍ତି ହିଁ ସମସ୍ତ ଶ୍ରେୟର ହକ୍‌ଦାର । ସୁରକ୍ଷା କାରଣରୁ ତାଙ୍କ ପରିଚୟ ଗୋପନ ରଖାଯାଇଛି, କିନ୍ତୁ ପୁରସ୍କାର ବାବଦ ୮୬ ଲକ୍ଷ ଟଙ୍କା ତାଙ୍କୁ ଖୁବଶୀଘ୍ର ମିଳିବ । ସେହିପରି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବୁଧବାର ଅପରେସନରେ ସାମିଲ ଥିବା କମାଣ୍ଡୋଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୫୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ବୁଧବାର ନିହତ ୧୨ ମାଓବାଦୀଙ୍କ ମଧ୍ୟରେ ୩ ଡିଭିଜନାଲ କମିଟିର ସଦସ୍ୟ ଯୋଗେଶ ତୁଲାଭି, ଲକ୍ଷ୍ମଣ ଅତ୍ରାମ ଓରଫ ବିଶାଲ ଓ ପ୍ରମୋଦ କଚାଲାମି ପ୍ରମୁଖ ସାମିଲ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking