29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ସଫା

ରାୟପୁର: ବିଜାପୁରର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀ ୧୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାରେ ଥିବା ୩ଟି ଜିଲ୍ଲାର ମାଓବାଦୀଙ୍କ ବିରୋଧରେ ଯବାନମାନେ ବଡ଼ ଅପରେସନ ଚଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ବଡ଼ ମାଓ କ୍ୟାଡରଙ୍କ ଉପସ୍ଥିତି ଖବର ଆଧାରରେ ଅପରେସନ ଚଳାଇଛନ୍ତି। ସକାଳ ୯ଟାରୁ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏନକାଉଣ୍ଟର ସ୍ଥଳରୁ ଏକ ଏସଏଲଆର ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନକାଉଣ୍ଟର ଏବେ ବି ଜାରି ରହିଛି । ବିଜାପୁର ଓ ତେଲେଙ୍ଗାନା ସୀମାରେ ଥିବା ତିନୋଟି ଜିଲ୍ଲାର ଯବାନମାନେ ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଅପରେସନ ଚଳାଇଥିବା ବେଳେ ଗ୍ରେହାଉଣ୍ଡସ ଯବାନମାନେ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି। ବିଜାପୁରର ମରୁଧାବାକା ଓ ପୂଜାରୀ କାଙ୍କେର ଅଞ୍ଚଳରେ ସକାଳ ୯ଟାରୁ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ୪ ଦିନ ତଳେ ୩ ଜଣ ନକ୍ସଲ ନିହତ ହୋଇଥିଲେ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଖବର ପାଇ ସର୍ଚ୍ଚ ଅପରେସନ ପାଇଁ ସୁରକ୍ଷା ବାହିନୀର ଏକ ଟିମ୍ ପଠାଯାଇଥିଲା। ରବିବାର ସକାଳେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking