25.1 C
Bhubaneswar
Friday, March 6, 2026
Homeଓଡିଶାଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୧୨ ଘର

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୧୨ ଘର

ପୁରୀ: ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଭୟଙ୍କର ଅଗ୍ନିକାଣ୍ଡର ଖବରଅଗ୍ନିକାଣ୍ଡରେ ଜଳିଯାଇଛି ୧୨ ଘର। ପୁରୀ ଜିଲ୍ଲା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଘାସିଭବାନୀପୁର ଗ୍ରାମରେ ଶୁକ୍ରବାର ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ଟି ପରିବାରର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଭଗବାନ ପ୍ରଧାନ, ଇଶର ଜେନା, ଓକିଲ ଜେନା ଓ ମକରା ଜେନାଙ୍କ ଘରେ କୌଣସି କାରଣକୁ ନେଇ ନିଆଁ ଲାଗିଯାଇଥିଲା। ଫଳରେ ୯ଟି ପରିବାରର ୧୨ ବଖରା ଛପର ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦିପ୍ତ ମହାପାତ୍ର ଦୁଇଟି ଦମକଳ ଗାଡ଼ି ଏବଂ ଅଶ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking