27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶକୁମ୍ଭମେଳା ଦଳାଚକଟାରେ  ଏଯାଏଁ ୧୧୧୧ ଜଣଙ୍କ ମୃତ୍ୟ

କୁମ୍ଭମେଳା ଦଳାଚକଟାରେ  ଏଯାଏଁ ୧୧୧୧ ଜଣଙ୍କ ମୃତ୍ୟ

ପ୍ରୟାଗରାଜ :  ଉତ୍ତର ରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା   ମହାକୁମ୍ଭ ମେଳାରେ   ବୁଧବାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ   ମୌନୀ ଅମାବାସ୍ୟାରେ   ସ୍ନାନ କରିବାକୁ ଆସିଥିବା ବେଳେ    ସେଠାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ଶତାଧିକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେଆହତମାନଙ୍କୁ ଚିକିତ୍ସା ପାଇଁ  ନିକଟସ୍ଥ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି ।
କୁମ୍ଭ ଦଳାଚକଟାର ଇତିହାସ :
କେବଳ ୨୦୨୫ରେ କୁମ୍ଭମେଳାରେ ଦଳାଚକଟା ହୋଇନଥିଲା ।  ଅତୀତରେ ମଧ୍ୟ ଏକାଧିକ ଦଳାଚକଟା ଦେଖିବାକୁ ମିଳିଥିଲା । ୧୯୫୪ ମସିହାରେ ସ୍ୱାଧିନତା ପରେ  ପ୍ରଥମ ଥର ପାଇଁ ଆୟୋଜିତ  କୁମ୍ଭମେଳା ଭାରତ ପାଇଁ  ଐତିହାସିକ ଘଟଣା ଥିଲା । ଫେବୃଆରୀ ୩  ୧୯୫୪ରେ  ଆହ୍ଲାବାଦର କୁମ୍ଭମେଳାରେ  ମୌନୀ ଅମାବାସ୍ୟାର  ପବିତ୍ର ଅବସରରେ  ଶାହୀ ସ୍ନାନ କରିବା ପାଇଁ ବହୁ ସଂଖ୍ୟାରେ   ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପାଖାପାଖି ୮୦୦ ଲୋକ  ଦଳାଚକଟା ଏବଂ ନଦୀରେ ବୁଡି ପ୍ରାଣ ହରାଇଥିଲେ । ୧୯୮୬ରେ  ହରିଦ୍ୱାରର କୁମ୍ଭମେଳାରେ  ଦଳାଚକଟା ଦେଖିବାକୁ ମିଳିଥିଲା । ଯେଉଁଥିରେ  ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଭିଡ ଅସମ୍ଭାଳ ହେବା ସହ ଅନିୟନ୍ତ୍ରିତ ହୋଇପଡିଥିଲା । ଫଳରେ ଭୟଙ୍କର ଦଳାଚକଟା ସୃଷ୍ଟି ହୋଇଥିଲା । ୨୦୦୩ରେ ମହାରାଷ୍ଟ୍ରର ନାସିକରେ ହୋଇଥିବା   କୁମ୍ଭମେଳା ସମୟରେ   ପବିତ୍ର ସ୍ନାନ ପାଇଁ ହଜାର ହଜାର  ଶ୍ରଦ୍ଧାଳୁ ଗୋଦାବରୀ ନଦୀରେ  ବୁଡ ପକାଇବା ବେଳେ  ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି ।  ସେହିପରି ୨୦୧୩ ଫେବୃଆରୀ ୧୦ରେ  କୁମ୍ଭମେଳା ସମୟରେ   ଆହ୍ଲାବାଦ ରେଳଷ୍ଟେସନରେ  ଏକ ଫୁଟବ୍ରିଜ ଭୁଷୁଡିବାରୁ  ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି । ସେହି ଦୁର୍ଘଟଣାରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫ ଜଣଙ୍କର ମୃତ୍ୟୁ ହୋଇଛି । ୨୦୨୫ରେ ମହାକୁମ୍ଭରେ ମହାକୁମ୍ଭର ନଦୀକୂଳ ୧୨ କିଲୋମିଟର ଲମ୍ବା   ରେଞ୍ଜରେ  ସୃଷ୍ଟି  ହୋଇଥିବା ସଙ୍ଗମ  ଓ ଅନ୍ୟାନ୍ୟ ଘାଟରେ   ପ୍ରବଳ ଜନସମାଗମ  ମଧ୍ୟରେ ବୁଧବାର   ରାତି ପ୍ରାୟ ୨ଟା ସମୟରେ ଦଳାଟକଟା ଛଟିଛି ଏଥିରେ  ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୬୦ରୁ ଅଧିକ ଆହତ ହୋଇଛନ୍ତି ।  ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃଆରୀ ୨୬ ଯାଏଁ ଚାଲିବ । ଏଥିରେ ୪୦ କୋଟି ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking