ଭୁବନେଶ୍ୱର :କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନା‘ ର ମୂଳ ଲକ୍ଷ୍ୟ । ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ।ଏହି ଯୋଜନାରେ ହିତାଧିକାରୀ,(ଶୌଚାଳୟର ଅଞ୍ଚଳକୁ ହିସାବକୁ ନ ନେଇ) ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ । ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ଅନ୍ୟୁନ୍ୟ ୨, ୨୫, ୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ। ଅନ୍ତୋଦୟ ଗୃହ ଯୋଜନା, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।
ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅକ୍ଷୟଶକ୍ତି ନୀତି2022 (Odisha Renewable Energy Policy 2022) ପ୍ରଣୟନକରାଯାଇଥିଲା।ତେବେ, ଏହିନୀତିର କାର୍ଯ୍ୟାନ୍ୱୟନରେ ଚିହ୍ନଟ ହୋଇଥିବା ପରିଚାଳନାଗତ ଅସୁବିଧାକୁ ଦୃଷ୍ଟିରେ ରଖି ନୀତିକୁ ଅଧିକ ଆକର୍ଷଣୀୟକରିବା ତଥା ଏହାର ସୁଗମ କାର୍ଯ୍ୟକାରିତା ପାଇଁ ଆଜି ରାଜ୍ୟକ୍ୟାବିନେଟସଂଶୋଧିତ ପ୍ରସ୍ତାବକୁ ଅନୁମୋଦନକରିଛନ୍ତି। ଯଦି କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି ଏବଂ ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକଟ୨,୨୫,୦୦୦ଙ୍କା ଓ ମାସିକଟ ୧,୮୨,୦୦୦ଙ୍କାଠାରୁଅଧିକ ହୋଇଥିବ, ତେବେ ସେ ସରକାରୀ ଚାକିରିରେ ଥିବା ସମୟର ଅନ୍ତିମ ବେତନରୁ ମୋଟ ପେନ୍ସନ୍ ରାଶିକୁ ବାଦ୍ଦେଲା ପରେ ଯେଉଁ ରାଶି ଉପନୀତ ହେବ, ତାକୁ ପାଇବା କୁ ହକ୍ଦାର ହେବେ । ।
ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡ଼ିଶା ଜିଲ୍ଲା ତଥା ସିଭିଲ୍କୋର୍ଟର ଜୁଡ଼ିସିଆଲ ସର୍ଭିସ ନିଯୁକ୍ତି ପଦ୍ଧତି ଏବଂ ସେବାସର୍ତ୍ତ(ସଂଶୋଧନ ନିୟମ ୨୦୦୮ କୁ ସଂଶୋଧନକରିବାପାଇଁପଦକ୍ଷେପନିଆଯାଉଛି।
କ୍ରୀଡ଼ା ଓ ଯୁବସେବା ବିଭାଗରେ ରାଜ୍ୟରେ ବ୍ଲକ୍ସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କ୍ରୀଡ଼ା ଭିତ୍ତି ଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ।ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ନି ର୍ମାଣପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନକରାଯାଇଛି।ଏହିଯୁଗାନ୍ତକାରୀ ୮ ରୁ ୧୦ ଏକରଜମିରେ ନିର୍ମାଣହେବ,ଏବଂ ଏଥିରେ କ୍ରିକେଟପଡ଼ିଆ, ଭଲିବଲ୍, ଖୋଖୋ, କବାଡ଼ିକୋର୍ଟ, ବ୍ୟାଡମିଣ୍ଟନ୍, ଟେବୁଲଟେନିସ୍ଇତ୍ୟାଦିଖେଳର ସୁବିଧାସହିତ ଇଣ୍ଡୋର ହଲରନିର୍ମାଣ କରାଯିବ। ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ପାଇଁ, କ୍ୟାବିନେଟ ପର୍ଯ୍ୟାୟକ୍ରମେ ୫ବର୍ଷ ପାଇଁ ୪,୧୨୪କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି।
ଜଳ ସମ୍ପଦ ବିଭାଗ ରାଜ୍ୟକ୍ୟାବିନେଟ୍ ୧,୦୬୬.୩୮ କୋଟି ଟଙ୍କା ଆନୁମାନିକ ମୂଲ୍ୟରେ ଆଗାମୀ ଛଅ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫–୨୬ ରୁ ୨୦୩୦–୩୧ ମଧ୍ୟରେବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଇନ୍ଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ଏହା ଅଧିନରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ହୀରାକୁଦ ଡ୍ୟାମର ବାମରେ ଅତିରିକ୍ତ ସିଲୱେ ନିର୍ମାଣ।ହୀରାକୁଦଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଏବଂ ଉନ୍ନତିକରଣ। ହୀରାକୁଦ ଡ୍ୟାମ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଫାଟକଗୁଡିକୁ ସ୍କାଡା ପ୍ରଣାଳୀରେସ୍ୱୟଂଚାଳିତକରାଯିବ।
ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍)ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଲା : ସୁନିଶ୍ଚିତ ପେନ୍ସନ୍ , ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ, ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ୍ପେ’ର, ୫୦ ପ୍ରତିଶତ ହାରରେ ପେନ୍ସନମିଳିବ । ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନ୍ସନ୍ ଆନୁପାତିକ ଭାବେ ମିଳିବ । UPS ରେ, ଅବସର ନେବା ପରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ନିଶ୍ଚିତ ପରିବାର ପେନ୍ସନ୍ ସୁବିଧା ଉପଲବ୍ଧ ହେବ, ଯାହାକିNPSରେ ନଥିଲା ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୨୦୨୪ ଅଗଷ୍ଟ ୨୪ ତାରିଖରେ Unified Pension Scheme ବା ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ସୁନିଶ୍ଚିତ ପେନ୍ସନ୍, ପାରିବାରିକ ପେନ୍ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା ସଂଗଠନ ମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଜାତୀୟ ପେନସନ୍ ବ୍ୟବସ୍ଥାରେ ଆହୁରି ସୁଧାର ଆଣି, ଏହି ଏକୀକୃତ ପେନସନ୍ ଯୋଜନା ବା Unified Pension System କାର୍ଯ୍ୟକାରୀ କରିଛନ୍ତି। ଏହା ୨୦୨୫ ଏପ୍ରିଲ ପହିଲା ଠାରୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଓଡିଶା ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାର କଟକ ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀନଦୀ ଉପରେ ପୁରୁଣା ସେତୁ ନିକଟରେ ଦ୍ଵିତୀୟ ସେତୁ ନିର୍ମାଣ କରିବା କୁ ନିଷ୍ପତ୍ତି ନେଇଛନ୍ତି ବ୍ରାହ୍ମଣୀ ନଦୀ ଉପରେଏହି ଚାରିଲେନ୍ବିଶିଷ୍ଟ ସେତୁ ପ୍ରକଳ୍ପ ବର୍ତ୍ତମାନର ପୁରୁଣା ସେତୁ ନିକଟରେ ନିର୍ମାଣ କରାଯିବ । ଏହି ପ୍ରକଳ୍ପ କେନ୍ଦ୍ରପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୯–ଏରେଟ୍ରାଫିକ୍ସ ମସ୍ୟାକୁ ସହଜ କରିବ।
ପୂର୍ତ୍ତବିଭାଗରେ ଓଡିଶା ସରକାର ମହାନଦୀ ଉପରେ ଝାରସୁଗୁଡା ଜିଲ୍ଲାର ପୂଜାରୀ ପଲ୍ଲୀଘାଟଠାରେ ଏକ ସେତୁ ନିର୍ମାଣ କରି ବରଗଡ଼ ଜିଲ୍ଲାର ଜରି ମୂଲିକୁ ସଂଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିପ୍ରକଳ୍ପଟିପୁରୁଣାଏନ୍. ଏଚ. ୨୦୦ ବା ବର୍ତ୍ତମାନରଏନ୍. ଏଚ. ୪୯କୁ ବରଗଡ଼ ଜିଲ୍ଲାର ଡୁଙ୍ଗୁରୀ ସହିତସଂଯୋଗ କରିବ।