17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ମୃତ

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ମୃତ

ପେଶାୱାର: ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଉଦ୍ଧାର ଅଧିକାରୀମାନେ ଶୁକ୍ରବାର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଡେରା ଇସମାଇଲ ଖାନ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ବ୍ରେକ୍ ଫେଲ୍ ହେବା ଯୋଗୁଁ ଗାଡ଼ିଟି ଏକ ଖାତକୁ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଛି।

ଗାଡ଼ିଟି ଝୋବ ଜିଲ୍ଲାରୁ ଡେରା ଇସମାଇଲ ଖାନ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରୁ ସାତଟି ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ପାଞ୍ଚ ଜଣ ମହିଳା, ଜଣେ ପୁରୁଷ ଏବଂ ଜଣେ ଶିଶୁ ଅଛନ୍ତି। ତିନି ଜଣ ଆହତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ଗୋଟିଏ ପରିବାରର ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking