16.1 C
Bhubaneswar
Tuesday, February 10, 2026
Homeଓଡିଶା୧୧ ଲକ୍ଷ ହଡପ ଅଭିଯୋଗ: ସରପଞ୍ଚ ନିଲମ୍ବିତ

୧୧ ଲକ୍ଷ ହଡପ ଅଭିଯୋଗ: ସରପଞ୍ଚ ନିଲମ୍ବିତ

ଯାଜପୁର: ଲକ୍ଷାଧିକ ଟଙ୍କା ହେରଫେର ମାମଲାରେ କାର୍ଯ୍ୟାନୁଷ୍ଠାନ, ସରପଞ୍ଚ ହେଲେ ନିଲମ୍ବିତ। ଯାଜପୁର ଦଶରଥପୁର ବ୍ଲକ ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ୧୧ ଲକ୍ଷ ୭୨ ହଜାର ୫ଶହ ଟଙ୍କା ହେରଫେର ମାମଲାରେ ଗ୍ରହଣ କରାଯାଇଛି ଏହି କାର୍ଯ୍ୟାନୁଷ୍ଠାନ। ୨୦୧୨ରୁ ୨୦୧୭ ମସିହାରେ ସରପଞ୍ଚ ଥିବା ସମୟରେ ଏହି ଅର୍ଥ ହେରଫେର ହୋଇଥିଲା। ଲୋକଙ୍କ ବାର୍ଦ୍ଧକ୍ୟ ଭତ୍ତା, ମନରେଗା ଯୋଜନାର ଅର୍ଥକୁ ନିଜ ସ୍ୱାମୀଙ୍କ ଆକାଉଣ୍ଟକୁ ନେଇ ଆତ୍ମସାତ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଫାଇଲ ପୋଡି ଦିଆଯାଇଥିଲା। ଅନେକ ଅଭିଯୋଗ ଓ ପ୍ରତିବାଦ ପରେ ଜ଼ିଲ୍ଲାପାଳଙ୍କ ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ନିଲମ୍ବନ ନିର୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking