33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଛିଡ଼ି ପଡ଼ିଲା ୧୧ କେଭି ତାର, ୨ ମୃତ, ୪ ଗୁରୁତର

ଛିଡ଼ି ପଡ଼ିଲା ୧୧ କେଭି ତାର, ୨ ମୃତ, ୪ ଗୁରୁତର

ଜୟପୁର: ରାଜସ୍ଥାନର କରୌଲି ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି । ଉଚ୍ଚ କ୍ଷମତା ସମ୍ପନ୍ନ ଏକ ବିଦ୍ୟୁତ୍ ତାର ଏକ ଟ୍ରାକ୍ଟର ଉପରେ ଖସି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣ ଜଳିଯାଇଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଏମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବାକି ୪ଜଣଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ତେବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଏହି ୪ଜଣଙ୍କ ମଧ୍ୟରେ ୨ ଛୋଟ ପିଲା ମଧ୍ୟ ଥିବା କୁହାଯାଉଛି । ପରିବାରର ୬ ସଦସ୍ୟ ଟ୍ରାକ୍ଟର ଯୋଗେ ନିଜ କ୍ଷେତକୁ କାମ କରିବାକୁ ଯାଉଥିଲେ । ତେବେ ସେମାନେ ସେଠାରୁ ଫେରୁଥିବା ବେଳେ ଅମରାପୁରା ନିକଟରେ ୧୧ କେଭି ଲାଇନ ତାର ହଠାତ୍ ଛିଡି ପଡ଼ିଥିଲା ଏବଂ ଟ୍ରାକ୍ଟର ଉପରେ ପଡ଼ି ଯାଇଥିଲା । ଫଳରେ ପରିବାରର ସମସ୍ତ ସଦସ୍ୟ ଜଳିଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଉକ୍ତ ୧୧ କେଭି ବିଦ୍ୟୁତ୍ ତାର ଓହଳି ଥିବା ବେଳେ ତାହାକୁ ଠିକ୍ କରିବାକୁ ଗ୍ରାମବାସୀ ବହୁ ଥର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ପକ୍ଷରୁ ଏନେଇ କୌଣସି ତତ୍ପରତା ଦେଖାଯାଇନଥିଲା । କେବଳ ଏହି କାରଣରୁ ଏତେ ବଡ଼ ଅଘଟଣ ଘଟିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking