13.1 C
Bhubaneswar
Wednesday, January 14, 2026
Homeଓଡିଶା୧୧ କେଜି ସମ୍ବର ମାଂସ ସହ ଦେଶୀ ବନ୍ଧୁକ ଜବତ; ଅଭିଯୁକ୍ତ ଗିରଫ

୧୧ କେଜି ସମ୍ବର ମାଂସ ସହ ଦେଶୀ ବନ୍ଧୁକ ଜବତ; ଅଭିଯୁକ୍ତ ଗିରଫ

ସମ୍ବଲପୁ : ସମ୍ବଲପୁର ଜିଲ୍ଲାର ପିତାବଳୀଖମଣ ଠାରେ ୧୧ କେଜି ସମ୍ବର ମାଂସ ଜବତ ହୋଇଛି । ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୁଚନା ଅନୁସାରେ ପ୍ରଥମେ ଏକ ଦେଶୀ ବନ୍ଧୁକରେ ପ୍ରଥମେ ସମ୍ବରକୁ ଶିକାର କରିବା ପରେ ତାର ମାଂସକୁ ବିକ୍ରି କରୁଥିବା ବେଳେ ଖଳାଶୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ପିତାବଳୀଖମଣ ଠାରେ ଚଢ଼ାଉ କରି ସମ୍ବର ମାଂସ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ବନ୍ୟଜନ୍ତୁ ଶିକାର କରାଯାଉଥିବା ନେଇ ବିଶେଷ ସୁତ୍ରରୁ ସୁଚନା ପାଇବା ପରେ ବନବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୧୧କେଜି ସମ୍ବର ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ବିଜୟ କୁମାର ବେହେରା , ଅବନୀ ସ୍ୱାଇଁ, ଚିତ୍ରସେନ ଦେହୁରୀ, ବସନ୍ତ କିସାନ, ମକୁନ୍ଦ ସିଂ ଏବଂ ଧନେଶ୍ୱର ସିଂଙ୍କୁ ଗିରଫ କରାଯାଇଛି। ଏଥି ସହିତ ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସମେତ ୩ଟି ଅଫୁଟା ଗୁଳି, ୧ଟି ବାରୁଦ ଗୁଳା, ୩କେଜି ତାର, ୨୫ବଣ୍ଡଲ ଫାସ, ୨ଟି କଟୁରୀ ସହ ବନ୍ୟଜନ୍ତୁ ମାଂସ ଚୋରା ଚାଲାଣରେ ବ୍ୟବହୃତ ଏକ ବାଇକ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking