21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଆରସିବି ବିଜୟ ପେରେଡରେ ଦଳାଚକଟା: ୧୧ ମୃତ

ଆରସିବି ବିଜୟ ପେରେଡରେ ଦଳାଚକଟା: ୧୧ ମୃତ

ବେଙ୍ଗାଳୁରୁ: ଆରସିବିର ବିଜୟ ପରେଡରେ ଦଳାଚକଟା ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ପୋଲିସର ଲାଠିଚାର୍ଜ ପରେ ଦଳାଚକଟା ହୋଇଥିଲା। ଦଳାଚକଟାରେ ୧୧ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ବାଙ୍ଗାଲୋରରେ ବିଜୟ ପରେଡ୍ ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଥିଲା। ବହୁତ ସଂଖ୍ୟାରେ କ୍ରିକେଟ ଫ୍ୟାନ ଭିଡ ଜମାଇବାରୁ ଅଘଟଣ ଘଟିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବନ୍ଦ ହେଲା ମୋଟ୍ରୋ ଷ୍ଟେସନ ।

ଦୀର୍ଘ ୧୮ ବର୍ଷ ପରେ ଆଇପିଏଲ ଟ୍ରଫି ବିଜୟକୁ ନେଇ ଭାବବିହ୍ୱଳ ହୋଇଥିଲେ ଫ୍ୟାନ୍ସ । ଆଇପିଏଲ ୨୦୨୫ରେ ଆରସିବିର ବିଜୟକୁ ପାଳନ କରିବା ପାଇଁ ଆରସିବି ପ୍ରଶଂସକମାନେ ପତାକା ଏବଂ ବ୍ୟାନର ଧରି ବିଧାନ ସୌଧ ବାହାରେ ବିପୁଳ ସଂଖ୍ୟାରେ ଏକାଠି ହୋଇଛନ୍ତି। ବିଜୟ ପରେଡରେ ଆଇପିଏଲ ଚାମ୍ପିଅନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ ଅନେକ ରାଜନୈତିକ ନେତା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking