18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଏୟାର ଇଣ୍ଡିଆର ୧୧ ବିମାନ ବାତିଲ

ଏୟାର ଇଣ୍ଡିଆର ୧୧ ବିମାନ ବାତିଲ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆର ୧୧ଟି ବିମାନ ବାତିଲ। ଇଥିଓପିଆ ଜ୍ୱଳାମୁଖୀ ପ୍ରଭାବରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିମାନ ବାତିଲ କରାଯାଇଛି। ୨୪ ଓ ୨୫ ତାରିଖରେ ୧୧ଟି ବିମାନ ବାତିଲ କଲା ଏୟାର ଇଣ୍ଡିଆ। ଏଆଇ ୧୦୬-ନ୍ୟୁଆର୍କର୍-ଦିଲ୍ଲୀ, ଏଆଇ ୧୦୨- ନ୍ୟୁୟର୍କ (ଜେଏଫ୍‌କେ) ଦିଲ୍ଲୀ ବିମାନ ବାତିଲ୍ କରାଯାଇଛି। ଏଆଇ ୨୨୦୪-ଦୁବାଇ-ହାଇଦ୍ରାବାଦ୍‌, ଏଆଇ ୨୨୯୦-ଦୋହା-ମୁମ୍ବାଇ ବିମାନ ବାତିଲ୍ କରାଯାଇଛି। ଏଆଇ ୨୨୧୨-ଦୁବାଇ-ଚେନ୍ନାଇ, ଏଆଇ ୨୨୮୪- ଦୋହା-ଦିଲ୍ଲୀ ବିମାନ ବାତିଲ୍ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ପରାମର୍ଶ ଜାରି କରି ବିମାନ ସେବା ଏବଂ ବିମାନବନ୍ଦରଗୁଡ଼ିକୁ ସତର୍କ ରହିବା ସହ ପାଣିପାଗ ଏବଂ ଜ୍ୱାଳାମୁଖୀ ଅପଡେଟ୍ ଉପରେ ନଜର ରଖିବାକୁ ଅନୁରୋଧ କରିଛି। ଭାରତ ପାଣିପାଗ ବିଭାଗ ରିପୋର୍ଟ କରିଛି ଯେ ଭୂମି ସ୍ତରରୁ ପ୍ରାୟ ୧୦ କିଲୋମିଟର ଉଚ୍ଚରେ ରହିଛି ଜ୍ୱଳାମୁଖୀ। ଏହା ଦିଲ୍ଲୀ ନିକଟସ୍ଥ ସହରଗୁଡିକରେ ବାୟୁ ଗୁଣବତ୍ତା ଖରାପ କରିବାର ସମ୍ଭାବନା କମ୍ ରହିଛି। ଯଦି ଏହା ପୂର୍ବ ଦିଗକୁ ଗତି କରି, ତେବେ ଏହାର ପ୍ରଭାବ କମ୍ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking