27.6 C
Bhubaneswar
Friday, June 6, 2025
Homeଓଡିଶାଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ୧୧.୨୫% ଆସନ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ

ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ୧୧.୨୫% ଆସନ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ

1. ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ SEBC ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ଆଜି କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି।
2. ଏହି ଆରକ୍ଷଣ ନୀତି ଅନୁସାରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ SEBC ବର୍ଗର ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ୧୧.୨୫% ଆସନ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ।
3. ଏହାକୁ ଚଳିତ ଶିକ୍ଷାବର୍ଷ ଅର୍ଥାତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।
4. ଏହି ଆରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକଶିକ୍ଷା ଓ ଆଇନ ପାଠ୍ୟକ୍ରମ (UG, PG, Teacher Education, LLB/Integrated Law) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ (+୨) ପାଠ୍ୟକ୍ରମ, ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ (+2/HSS, Teacher Training & Vocational Education), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସ୍ନାତକ (ପ୍ରଦର୍ଶନକଳା) ପାଠ୍ୟକ୍ରମ (Bachelor in Performing Arts) ଏବଂ କ୍ରୀଡା ଓ ଯୁବସେବା ବିଭାଗର ବି.ପି.ଏଡ୍/ଏମ.ପି.ଏଡ୍ (B.P.Ed./M.P.Ed.) ପାଠ୍ୟକ୍ରମରେ ଲାଗୁ କରାଯିବ।
5. ଏହି ବ୍ୟବସ୍ଥା ଲାଗୁ ହେବା ପରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର (ST)ଛାତ୍ରଛାତ୍ରୀମାନଙ୍କ ପାଇଁ ୨୨.୫%, ଅନୁସୂଚିତ ଜାତି ବର୍ଗର (SC) ଛାତ୍ରଛାତ୍ରୀମାନଙ୍କ ଲାଗି ୧୬.୨୫%, SEBCବର୍ଗ ର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫%, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ୫% ଓ ପୂର୍ବତନ ସେନାଙ୍କ ପରିବାରର ଛାତ୍ରଛାତ୍ରୀମାନଙ୍କ ପାଇଁ ୧% ଆସନ ଆରକ୍ଷିତ ରହିବ।
6. ରାଜ୍ୟରେ ଆଗରୁ କେବଳ ସରକାରୀ ଚାକିରି କ୍ଷେତ୍ରରେ SEBC ବର୍ଗ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଇନଥିଲା। ଯାହାଫଳରେ SEBC ବର୍ଗର ବହୁ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ବାଧକ ସାଜିଥିଲା।ଆଜି କ୍ୟାବିନେଟର ନିଷ୍ପତ୍ତି ପରେ SEBC ବର୍ଗ ପାଇଁ ଉଚ୍ଚଶିକ୍ଷାରେ ଆରକ୍ଷଣ ବ୍ୟବସ୍ଥା ଲାଗୁହେବ।
7. ରାଜ୍ୟରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ଏହି ନିଷ୍ପତ୍ତି ଦ୍ୱାରା ସୁନିଶ୍ଚିତ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ମୋଟ ନାମଲେଖା ଅନୁପାତ (Gross Enrolment Ratio) ବୃଦ୍ଧି ହେବାର ମଧ୍ୟ ଲକ୍ଷ୍ୟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking