28.1 C
Bhubaneswar
Friday, July 18, 2025
Homeଓଡିଶାଭାରସାମ୍ୟ ହରାଇ ଘାଟିକୁ ଖସିଲା ୧୦୮ ଆମ୍ବୁଲାନ୍ସ

ଭାରସାମ୍ୟ ହରାଇ ଘାଟିକୁ ଖସିଲା ୧୦୮ ଆମ୍ବୁଲାନ୍ସ

ରାୟଗଡା: ଭାରସାମ୍ୟ ହରାଇ  ଘାଟି ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ । ରାସ୍ତାରୁ ପାଖାପାଖି ୧୫ରୁ ୨୦ ଫୁଟ ତଳକୁ ଖସିଯାଇଛି ଆମ୍ବୁଲାନ୍ସ । ଗତକାଲି  ଏମକେସିଜି ହସ୍ପିଟାଲରେ  ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ  ରାୟଗଡା ଜିଲ୍ଲା ଗୋଇବନ୍ଧା ଘାଟିରେ ଘଟିଛି ଦୁର୍ଘଟଣା । ଘାଟିରେ ବ୍ରେକ୍ ମାରିବାକୁ ଅନେକ ଚେଷ୍ଟା କରୁଥିଲେ ବି ବ୍ରେକ୍ ଫେଲ୍ ହେବାରୁ ଗାଡ଼ିକୁ ନିୟନ୍ତ୍ରଣ କରିବା ଡ୍ରାଇଭର ପକ୍ଷରେ ସମ୍ଭବ ନଥିଲା । ଆଉ ଶେଷରେ ଘାଟି ତଳକୁ ଖସିପଡ଼ିଥିଲା ଆମ୍ବୁଲାନ୍ସ । ଗତ ୨ ଦିନ ତଳେ ଆମ୍ବୁଲାନ୍ସର ବ୍ରେକ୍ ମରାମତି କରାଯାଇଥିଲେ ବି ଭଲଭାବରେ କାମ ହୋଇନଥିବାରୁ ଏଭଳି ସମସ୍ୟା ହୋଇଥାଇପାରେ ବୋଲି ଡ୍ରାଇଭର ଜଣକ କହିଛନ୍ତି । ଦୁର୍ଘଟଣାରେ ଆଟେଣ୍ଡାଣ୍ଟ୍ ଓ ଫାର୍ମାସିଷ୍ଟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking