ଭୁବନେଶ୍ୱର : ସ୍ୱାଭାବିକ ହେଲା ୧୦୮ ଆମ୍ବୁଲାନ୍ସ । ଏନେଇ ୧୦୮ କର୍ମଚାରୀ ମହାସଂଘ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅନରୋଡ ମୋଡରେ ଗାଡି ଗଡିବ । କିଛି ଦିନ ହେବ ରାଜରାସ୍ତାରୁ ଓହ୍ଲାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଏନେଇ ରୋଗୀ ସେବା ପ୍ରଭାବିତ ହୋଇଛି । କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ବିଷୟରେ କିଛି ନିଷ୍ପତ୍ତି ହୋଇନଥିବାରୁ ଅଫରୋଡ ମୋଡରେ ରୋଗୀସେବା ଯୋଗାଇ ଦେବାକୁ ସଂଘ ନିଷ୍ପତ୍ତି ନେଇଥିଲା । ସ୍ଥାୟୀ ନିଯୁକ୍ତି , ବକେୟା ଦରମା ପ୍ରଦାନ , ଗ୍ରାଚ୍ୟୁଇଟି ପ୍ରଦାନ , ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ଦଫା ନେଇ ଜିପିଏସ ବଟନ ଅଫ କରି ଅଫରୋଡ ମୋଡରେ ଆମ୍ବୁଲାନ୍ସ ଚଳାଉଥିଲେ ।