36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶ୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡ; ନିଶ୍ଚିତ ମୃତ୍ୟୁ ଅପେକ୍ଷାରେ ଆହୁରି ୭୦

୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡ; ନିଶ୍ଚିତ ମୃତ୍ୟୁ ଅପେକ୍ଷାରେ ଆହୁରି ୭୦

କିନ୍‌ସାସା: ଆଫ୍ରିକୀୟ ଦେଶ କଙ୍ଗୋ ରୁ ଏକ ବଡ଼ ସମ୍ବାଦ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ କଙ୍ଗୋ ସରକାର ଗତ ସପ୍ତାହରେ ପ୍ରାୟ ୧୦୨ କୁଖ୍ୟାତ ଡକାୟତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି। ସେହିପରି ଜେଲ୍‌ରେ ବନ୍ଦୀ ଥିବା ଆହୁରି ୭୦ ଡକାୟତ ନିଶ୍ଚିତ ମୃତ୍ୟୁଦଣ୍ଡ ଅପେକ୍ଷାରେ ରହିଛନ୍ତି। ସୂଚନାଯୋଗ୍ୟ କଙ୍ଗୋ ଦେଶରେ ଡକାୟତଙ୍କ ପ୍ରାଦୁର୍ଭାବ ଅହେତୁକ ଭାବେ ବୃଦ୍ଧି ପାଇଛି। ଯାହାଦ୍ୱାରା ଜନସାଧାରଣଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି। ତେବେ ଡ଼କାୟତଙ୍କ ମଧ୍ୟରେ ମୃତ୍ୟୁର ଭୟ ସଞ୍ଚାର ପାଇଁ କଙ୍ଗୋ ସରକାର ଏପ୍ରକାର ଏକ କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କଙ୍ଗୋ ନ୍ୟାୟମନ୍ତ୍ରୀ ମୁତାମ୍ବା କାହି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉତ୍ତର-ପଶ୍ଚିମ କଙ୍ଗୋର ଏଜେଙ୍ଗା ଜେଲ୍‌ରେ ୨ ଦିନ ମଧ୍ୟରେ ୧୦୨ ଡକାୟତଙ୍କୁ ଫାଶୀ ଦିଆଯାଇଛି। ଡିସେମ୍ବର ଶେଷରେ ୪୫ଜଣଙ୍କୁ ଏବଂ ୪୮ ଘଣ୍ଟା ମଧ୍ୟରେ ଅନ୍ୟ ୫୭ ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଏମାନେ ଗତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଗିରଫ ହୋଇଥିଲେ ଏବଂ ସେମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇଥିଲା। ୧୮ ରୁ ୩୫ବର୍ଷ ବୟସର ଏହି ଅପରାଧୀମାନେ ସହରାଞ୍ଚଳରେ ସଶସ୍ତ୍ର ଡକାୟତି କରିଥିଲେ। ପ୍ରକାଶ, ସହରାଞ୍ଚଳ ଡକାୟତଙ୍କୁ ସ୍ଥାନୀୟ ଭାଷାରେ କୁଲୁନା କୁହାଯାଇଥାଏ। ଏବେ ବାକି ୭୦ ଡକାୟତଙ୍କୁ ନେଇ ଏକ ବିମାନ ଏଜେଙ୍ଗା ଜେଲ୍‌ରେ ପହଞ୍ôଚଥିବା ନେଇ ସୂଚନା ମିଳିଛି। ତୃତୀୟ ପର୍ଯ୍ୟାୟରେ ଏମାନଙ୍କୁ ମଧ୍ୟ ଫାଶୀ ଦିଆଯିବ ବୋଲି ମୁତାମ୍ବା କହିଛନ୍ତି।

କଙ୍ଗୋରେ ଡକାୟତଙ୍କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏହି କାରଣରୁ ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରକୁ ମଧ୍ୟ ବାହାରିନଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। କିନ୍ତୁ ଗୋଟିଏ ପଟେ ଯେଉଁଠି ସହରଗୁଡିକରେ ଶୃଙ୍ଖଳା ଏବଂ ନିରାପତ୍ତାକୁ ପୁନଃସ୍ଥାପିତ କରିବାର ମାଧ୍ୟମ ଭାବେ ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଥିବା ବେଳେ ଅନ୍ୟପକ୍ଷେ ଏକ ଗୋଷ୍ଠୀ ଏହାକୁ ଆଇନର ଅପବ୍ୟବହାର ତଥା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି। ଅର୍ଥାତ୍ ଏତେ ସଂଖ୍ୟକ ଅପରାଧୀଙ୍କୁ ଫାଶୀ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ଜନମତ ବିଭାଜିତ ହୋଇଛି। ମାନବାଧିକାର କର୍ମୀ ଏସପୋଏର ମୁହିନୁକା ଏତେ ସଂଖ୍ୟକ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବା ବିରୋଧରେ ଚେତାବନୀ ଦେଇଛନ୍ତି ଏବଂ ନ୍ୟାୟିକ ପ୍ରକ୍ରିୟା ତଥା ମୌଳିକ ଅଧିକାରକୁ ସମ୍ମାନ ଦେବାକୁ କହିଛନ୍ତି। ସେ ଆଶଙ୍କା କରିଛନ୍ତି ଯେ, ରାଜନୈତିକ ଚାପ ଯୋଗୁ ଅନ୍ୟାୟ ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ବହୁ ମନମୁଖୀ ହତ୍ୟା ଘଟାଇପାରେ। ସେ କହିଛନ୍ତି, ଡିଆରସିରେ ପରିସ୍ଥିତି ଜଟିଳ ରହିଛି। ଏନେଇ ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking