18.1 C
Bhubaneswar
Thursday, February 5, 2026
Homeଓଡିଶାରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକ ଉଦ୍ଧାର

ରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ଗତ ତିନି ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ ।  ତେବେ ଏନେଇ ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ । ସେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ପଚାରିଥିଲେ ଯେ, ଗତ ତିନି ବର୍ଷରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି ଏବଂ କେଉଁ କେଉଁ ଜିଲ୍ଲାରୁ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି? ଏହାର ଉତ୍ତର ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହିତ ଶିଶୁ ଶ୍ରମିକ ନିଯୁକ୍ତିଦାତାମାନଙ୍କ ବିରୋଧରେ ୧୧୬ଟି ମକୋଦ୍ଦମା ଦାୟର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking