28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶ୧୦୦ ଆତଙ୍କବାଦୀ ନିପାତ: ରାଜନାଥ ସିଂହ

୧୦୦ ଆତଙ୍କବାଦୀ ନିପାତ: ରାଜନାଥ ସିଂହ

ନୂଆଦିଲ୍ଲୀ: ଶେଷ ହୋଇଛି ସର୍ବଦଳୀୟ ବୈଠକ । ବୈଠକ ଶେଷ ହେବ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ । ଅପରେସନ ସିନ୍ଦୂରରେ ୧୦୦ ଆତଙ୍କୀ ନିପାତ । ସର୍ବଦଳୀୟ ବୈଠକରେ ରାଜନାଥଙ୍କ ସୂଚନା । ସବୁ ତଥ୍ୟ ସାର୍ବଜନୀନ କରିହେବନି । ଅପରେସନ ସିନ୍ଦୂର ଜାରି ରହିଛି, ଏହି କାରଣରୁ ଏହା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରାଯାଇପାରିବ ନାହିଁ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ । କଂଗ୍ରେସ ତରଫରୁ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ଯୋଗ ଦେଥିଲେ । ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ସରିଲା ସର୍ବଦଳୀୟ ବୈଠକ । ଅପରେସନ ସିନ୍ଦୂର ନେଇ ବିରୋଧୀଙ୍କୁ ଅବଗତ କଲେ ସରକାର । ଘଡିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଲେ ଏଆଇସିସି ସଭାପତି ଖଡଗେ । ରାହୁଲ ଗାନ୍ଧି ମଧ୍ୟ କହିଲେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking