ଭୁବନେଶ୍ୱର : ଷୋଡଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ୨୦୨୬ – ୩୧ ପଞ୍ଚ ବାର୍ଷିକୀ ଯୋଜନା ନେଇ ସୂଚନା ଦେଇଛନ୍ତି । କହିଛନ୍ତି , ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି ରଖାଯାଇଛି । ଏସଡିଆରଏଫ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖିଛୁ । ଏସଡିଆରଏଫରେ କେନ୍ଦ୍ର ୭୫ ପ୍ରତିଶତ ଓ ରାଜ୍ୟ ରେ ୨୫ ପ୍ରତିଶତ ଦେଇଥାଏ । ବେଶୀ ସମୟରେ ପ୍ରାକୃତିକ ବିପଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ମିଳୁ । ରାଜ୍ୟମାନଙ୍କୁ ମିଳୁଥିବା ୪୧ ପ୍ରତିଶତ ଟିକସକୁ ୫୦ ପ୍ରତିଶତ ବୃଦ୍ଧି କରାଯାଉ । ଏହା ହେଲେ ଓଡିଶାକୁ ୪.୫୨୮ ପ୍ରତିଶତ ବଦଳରେ ୪.୯୬୪ ପ୍ରତିଶତ ମିଳିବ ।










