22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଚାମ୍ପିଅନ୍ସ ଲିଗ୍‌ରେ ୧୦୦ ଗୋଲ୍‌; ରୋନାଲ୍ଡୋ-ମେସିଙ୍କ କ୍ଲବ୍‌ରେ ଲେୱାଣ୍ଡୋସ୍କି

ଚାମ୍ପିଅନ୍ସ ଲିଗ୍‌ରେ ୧୦୦ ଗୋଲ୍‌; ରୋନାଲ୍ଡୋ-ମେସିଙ୍କ କ୍ଲବ୍‌ରେ ଲେୱାଣ୍ଡୋସ୍କି

ରୋମ: ପୋଲାଣ୍ଡର ଷ୍ଟାର୍ ଷ୍ଟ୍ରାଇକର୍ ରବର୍ଟ ଲେୱାଣ୍ଡୋସ୍କିଙ୍କର ଚଳିତ ସିଜନ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଲେୱାଣ୍ଡୋସ୍କିଙ୍କ ଦୁଇଟି ଗୋଲ୍ ବଳରେ ବାର୍ସିଲୋନା ଚଳିତ ଚାମ୍ପିଅନ୍ସ ଲିଗ୍‌ର ଏକ ମ୍ୟାଚ୍‌ରେ ବ୍ରେଷ୍ଟ୍‌କୁ ୩-୦ ଗୋଲ୍‌ରେ ହରାଇ ଦେଇଛି। ଏହା ସହିତ ଲିଗ୍‌ରେ ତାଙ୍କ ଗୋଲ୍ ସଂଖ୍ୟା ୧୦୧ ହୋଇଛି। ଲିଗ୍‌ରେ ୧୦୦ ଗୋଲ୍ କରିଥିବା କ୍ରିଷ୍ଟିଆନ୍ ରୋନାଲ୍ଡୋ ଏବଂ ଲିଓନେଲ୍ ମେସିଙ୍କ କ୍ଲବ୍‌ରେ ତୃତୀୟ ଫୁଟ୍‌ବଲର୍ ସାମିଲ ହୋଇଛନ୍ତି। ଲିଗ୍‌ରେ ରେନାଲ୍ଡୋ ୧୪୦ ଏବଂ ମେସି ୧୨୯ ଗୋଲ୍ କରିଛନ୍ତି। ଏହି ବିଜୟ ସହିତ ବାର୍ସିଲୋନା ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ସହିତ ଟିମ୍‌ର ନକ୍‌ଆଉଟ୍ ପ୍ରବେଶ ଆଶା ବଳବତ୍ତର ହୋଇଛି। ଲେୱାଣ୍ଡୋସ୍କି ପେନାଲ୍ଟି ଜରିଆରେ ପ୍ରଥମ ଗୋଲ୍ କରିଥିବା ବେଳେ ଦ୍ୱିତୀୟ ଗୋଲ୍ ପ୍ରଥମାର୍ଦ୍ଧର ଷ୍ଟପେଜ୍ ସମୟରେ ଦେଇଥିଲେ। ବାର୍ସିଲୋନା ପକ୍ଷରୁ ତୃତୀୟ ଗୋଲ୍‌ଟି ଦାନି ଓଲ୍‌ମୋ ସ୍କୋର କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking