27.1 C
Bhubaneswar
Friday, July 5, 2024
Homeଓଡିଶାନାବାଳିକା ବଳତ୍କାର ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡିତାକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ...

ନାବାଳିକା ବଳତ୍କାର ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡିତାକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ: ନାବାଳିକା ବଳତ୍କାର ମାମଲାରେ କଟକ ଆଡ୍‌ହକ୍ ଆଡିସିସନାଲ୍ ଡିଷ୍ଟ୍ରିଟ୍ ଏଣ୍ଡ୍ ସେସନ୍‌ଜଜ୍ ଫାଷ୍ଟ୍‌ଟ୍ରାକ୍ କୋର୍ଟ-୧ ଆସାମି ଟାଙ୍ଗୀ ଥାନା ଅଧିନସ୍ଥ ହଳଦିଆବସନ୍ତ ଅଞ୍ଚଳର ପବିତ୍ର ଓଝାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଦୋଷୀକୁ ୧୦ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଦାଖଲ ନ କରିପାରିଲେ ତାକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ପୀଡିତାକୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି । ୨୦୧୯ ମସିହା ଜୁଲାଇ ୫ ତାରିଖରେ ଥାନାରେ ଘଟଣା ସମ୍ପର୍କରେ ଏତଲା ରୁଜୁ କରାଯାଇଥିଲା । ତେବେ ଏହାର ଛଅମାସ ତଳୁ ଘଟଣା ଘଟିଥିଲା । ଆସାମୀ ଜଣକ ପୀଡିତାର ଘରକୁ ଆସି ତାର ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ନାବାଳିକା ସହ ଶାରିରୀକ ସମ୍ପର୍କ ରଖିଥିଲା । ଫଳରେ ନାବାଳିକା ଜଣକ ୬ମାସ ଗର୍ଭବତୀ ହୋଇଥିଲେ । ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ଟାଙ୍ଗୀ ଏତଲା ପାଇ ପୁଲିସ୍ ତଦନ୍ତ କରି ପବିତ୍ରକୁ ଗିରଫ କରିଥିଲା । ୨୦୧୯ ମସିହା ସେପ୍ଟେମ୍ବର ୪ ତାରିଖରେ କୋର୍ଟରେ ପବିତ୍ର ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା ବେଳେ୨୦୨୦ ମସିହା ଜାନୁୟାରୀ ୨୧ ତାରିଖରେ ଆସାମୀ ବିରୋଧରେ କୋର୍ଟ ଚାର୍ଜଫ୍ରେମ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ଏସ୍‌.ପି. ମହାନ୍ତି ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking