34.1 C
Bhubaneswar
Tuesday, March 24, 2026
Homeଅପରାଧବଧୂ ହତ୍ୟା ଘଟଣାରେ ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବଧୂ ହତ୍ୟା ଘଟଣାରେ ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ସାଲେପୁର: ସାଲେପୁର କୋର୍ଟରେ ବିଚାରାଧୀନ ୨୦୧୮ମସିହାର ବଧୂ ହତ୍ୟା ଘଟଣାରେ ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କାର ଜୋରିମାନା କରିଛନ୍ତି ବିଚାରପତି । ଘଟଣାରୁ ପ୍ରକାଶ କଟକ ଜିଲ୍ଲା ନେମାଳଥାନା ବଇଁପଡା ଗ୍ରାମର ରଜତ କୁମାର ମଲ୍ଲିକ ମାହାଙ୍ଗା ଥାନା କୁରୁଜଙ୍ଗା ଗ୍ରାମର ମଥୁରା ନନ୍ଦ ମଲ୍ଲିକଙ୍କ କନ୍ୟା ଲାଷ୍ମୀପ୍ରିୟା ମଲ୍ଲିକଙ୍କୁ ବୈଦିକରୀତିରେ ବିବାହ କରିଥିଲେ । ଦାବି ମୁତାବକ ଯୌତୁକ ଦିଆଯାଇଥିବା ପରେ ମଧ୍ୟ ବିବାହ ଦିନଠୁ ଅଧିକ ଯୌତୁକ ଦାବିକରି ନିର୍ଯାତନା ଦେଇ ଆସୁଥିବା ବେଳେ ଗତ ମେ ୧୫, ୨୦୧୮ରେ ଶାଶୂଘର ଲୋକେ ଝିଅକୁ ମାରିଦେଇଥିଲେ ବୋଲି ଝିଅର ବାପା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନେମାଳ ପୁଲିସ ଏକ ମାମଲା ରୁଜୁକରି ରଜତ କୁମାର ମଲ୍ଲିକଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା । ଏହି ଘଟଣାରେ ସାଲେପୁର କୋର୍ଟରେ କେସ୍‌ର ବିଚାର କରାଯାଇଥିଲା । ନେମାଳ ଥାନା ବଇଁପଡ଼ା ଗ୍ରାମରେ ୨୦୧୮ରେ ବଧୂହତ୍ୟା ଘଟଣାରେ ଦୋଷୀ ରଜତ କୁମାର ମଲ୍ଲିକକୁ ଆଡ଼ିସନାଲ ସେସନ ଜଜ୍ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା କରିଥିବା ଜଣାପଡ଼ିଛି । ଏହି କେସ୍‌କୁ ସରକାରୀ ଓକିଲ ଜିତେନ୍ଦ୍ର କୁମାର ମହାନ୍ତି ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking