26.1 C
Bhubaneswar
Sunday, March 29, 2026
Homeଓଡିଶା୧୦ ବର୍ଷୀୟ ନାବାଳିକାକୁ ଗଣବଳାତ୍କାର

୧୦ ବର୍ଷୀୟ ନାବାଳିକାକୁ ଗଣବଳାତ୍କାର

ମୟୂରଭଞ୍ଜ: ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ତିନି ଦୁର୍ବୃତ୍ତ ଏକ ମାସ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ହୋଇଛି । ସୂଚନା ଅନୁସାରେ, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନାବାଳିକାଙ୍କ ଭିଣୋଇ, ଜଣେ ନାବାଳକ ଏବଂ ଅନ୍ୟ ଜଣେ ଯୁବକ ଅଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ଏହି ତିନି ଅଭିଯୁକ୍ତ ଭିନ୍ନ ଭିନ୍ନ ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାର ଦେଢ଼ ମାସ ପରେ ନାବାଳିକା ଅସୁସ୍ଥ ହେବାରୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ସମୟରେ ସେ ତାଙ୍କ ମାଆଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ।

ଏହାପରେ ନାବାଳିକାଙ୍କ ମାଆ ଖୁଣ୍ଟା ଥାନାରେ ତିନୋଟି ଅଲଗା ଅଲଗା ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକାଙ୍କ ଭିଣୋଇ ତାଙ୍କୁ ନିଜ ଘରକୁ ନେଇ ବଳାତ୍କାର କରିଥିବା ସହ ପୂର୍ବରୁ ମଧ୍ୟ ଏଭଳି ଅପରାଧ କରିଥିଲେ। ଏହି ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ଏହି ମାମଲାରେ ଆଗକୁ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ନ୍ୟାୟାଳୟରେ ହାଜର କରାଯିବ ବୋଲି ସୂଚନା ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking