20.1 C
Bhubaneswar
Tuesday, December 16, 2025
Homeଓଡିଶାସ୍କୁଲ ଗାଡି ଓଲଟି ୧୦ ଜଣ ଛାତ୍ରଛାତ୍ରୀ ଆହତ

ସ୍କୁଲ ଗାଡି ଓଲଟି ୧୦ ଜଣ ଛାତ୍ରଛାତ୍ରୀ ଆହତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆର ଭାନରା ଛକରେ ଏକ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଏକ ସ୍କୁଲ ଭ୍ୟାନ୍ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଭ୍ୟାନ୍‌ରେ ଥିବା  ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ଅଞ୍ଚଳର ଏକ ଘରୋଇ ସ୍କୁଲର ଏକ ସ୍କୁଲ ଭ୍ୟାନ୍ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଘଟଣାରେ ଦୁଇ ଜଣ ଛାତ୍ର ଏବଂ ସହାୟକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତମାନଙ୍କୁ  ଉଦ୍ଧାର କରି ଚିକିତ୍ସାଲାଗି କରଞ୍ଜିଆ ମେଡିକାଲକୁ ପଠାଇଛନ୍ତି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking