କନ୍ଧମାଳ: ଆତ୍ମସମର୍ପଣ କଲେ ୧୦ ମାଓବାଦୀ । ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଆସି ଫେରି ଯାଇଛନ୍ତି । ପୋଲିସ ମାଓବାଦୀ ଅପରେସନକୁ ଆହୁରି ଜୋରଦାର କରିଛି । କନ୍ଧମାଳ ଏସପିଙ୍କ ପାଖରେ ବୁଧବାର ଏକାସାଙ୍ଗରେ ୧୦ ଜଣ ହାଇ-ପ୍ରୋଫାଇଲ୍ ମାଓବାଦୀ ନିଜର ବନ୍ଧୁକ ଫିଙ୍ଗି ଆତ୍ମସମର୍ପଣ କରିଛନ୍ତି। ଏହା ମାଓବାଦୀ ସଂଗଠନର ମେରୁଦଣ୍ଡକୁ ପୁରାପୁରି ଭାଙ୍ଗି ଦେଇଛି ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ସାନୁ ପୋଟାମ ଓରଫ ନିତୁ, ଯାହାଙ୍କ ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।










