30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ଲୁଟିନେଇଗଲେ ୧୦କୋଟି ଟଙ୍କା

୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ଲୁଟିନେଇଗଲେ ୧୦କୋଟି ଟଙ୍କା

ନୂଆଦିଲ୍ଲୀ : ଠକେଇର ନୂଆ ଫଣ୍ଡା ଏବେ ଡିଜିଟାଲ ଆରେଷ୍ଟ ବା ଗିରଫଦାରୀ। ଠକମାନେ ବିଭିନ୍ନ ନିରୀହ ଲୋକଙ୍କୁ ଡିଜିଟାଲ ଆରେଷ୍ଟ ଜାଲରେ ଫସାଇ ସର୍ବସ୍ୱ ଲୁଟି ନେଉଛନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ପୁଣି ସାମ୍ନାକୁ ଆସିଛିଏଥର ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର। ଏହି ବୃଦ୍ଧଙ୍କୁ ସାଇବର ଠକମାନେ ଦୀର୍ଘ ୮ ଘଣ୍ଟା କାଳ ଡିଜିଟାଲ ଆରେଷ୍ଟ ନାଁରେ ଅଟକ ରଖିଥିଲେ। ଏହି ସମୟରେ ସେମାନେ ୧୦ କୋଟି ଟଙ୍କାର ନେଇ ଯାଇଛନ୍ତି।ଦିଲ୍ଲୀ ଅନ୍ତର୍ଗତ ରୋହିନୀର ସେକ୍ଟର ୧୦ରୁ ଏପରି ଘଟଣା ଘଟିଛି। ବୃଦ୍ଧ ଜଣଙ୍କ ଏଠାରେ ଥିବା ନିଜ ଘରେ ପତ୍ନୀଙ୍କ ସହ ରୁହନ୍ତି। ଏହାର ଫାଇଦା ଉଠାଇ ସାଇବର ଠକମାନେ ବୃଦ୍ଧଙ୍କୁ ତାଙ୍କରି ଘରେ ଡିଜିଟାଲ ଆରେଷ୍ଟ କରି ଏପରି ଠକେଇ କରିଛନ୍ତି। ବୃଦ୍ଧଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ୍‌ର ସାଇବର ସେଲ ଏଫଆଇଆର ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ସାଇବର ସେଲର ଆଇଏଫଏସ୍‌ଓ ୱିଙ୍ଗ ଘଟଣାର ଯାଞ୍ଚ କରୁଛି।ଯାଞ୍ଚ ବେଳେ ଠକେଇ ହୋଇଥିବା ୧୦ କୋଟିରୁ ପ୍ରାୟ ୬୦ ଲକ୍ଷ ଟଙ୍କାକୁ ଜବତ କରିପାରିଛି। ବାକି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଯାଇଥିବାରୁ ଏହାକୁ ଜବତ କରାଯାଇ ପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking