16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନାଗ ସାପକୁ ଦାନ୍ତରେ କାମୁଡି ଦୁଇଖଣ୍ଡ କଲା ୧ ବର୍ଷର ଶିଶୁ

ନାଗ ସାପକୁ ଦାନ୍ତରେ କାମୁଡି ଦୁଇଖଣ୍ଡ କଲା ୧ ବର୍ଷର ଶିଶୁ

ବିହାର : ବିହାରରୁ ଏକ ଅଜବ ଘଟଣା ସାମନାକୁ ଆସୁଛି । ଏକ ବର୍ଷର କୁନି ଶିଶୁପୁତ୍ର ବିଶାକ୍ତ ସାପଟିକୁ ଦାନ୍ତରେ କାମୁଡ଼ି ଦେଇଛି । ଯାହାଫଳରେ ସାପଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ସାପକୁ କାମୁଡି ଥିବା କୁନିପୁଅ କିଛି ଘଣ୍ଟା ପରେ ହିଁ ଚେତାଶୁନ୍ୟ ହୋଇଯାଇଥିଲା । ତେବେ ଏପରି ଏକ ଘଟଣା ଟି ଘଟିଯାଇଛି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ମୈଜଲିଆ ମୋହଛି ବାଙ୍କଟୱା ଗାଁରେ । ଛୁଆଁଟିକୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବେଟିଆର ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା । ସୂଚନା ଅନୁସାରେ ଏହି କୁନି ପୁଅଟି ହେଉଛି ସୁନିଲ ଶାହଙ୍କର ଏକ ବର୍ଷର ପୁଅ ଗୋବିନ୍ଦ ।

ଶୁକ୍ରବାର ଦିନ ଦୁଇ ପ୍ରହରରେ ନିଜ ଘରେ ଖେଳୁଥିଲା । ଜେଜେମା ମତ୍ତେଶ୍ୱରୀ କହିଥିଲେ ଘରେ ୨ ଫୁଟର ଲମ୍ବା ସାପ ଘରୁ ବାହାରି ଥିଲା । ଶିଶୁଟି ଏହି ସାପକୁ ଖେଳଣା ଭାବି ଧରି ପକେଇଥିଲା । ତାପରେ ଶିଶୁଟି ସାପକୁ ଦାନ୍ତରେ କାଟି ଦେଇଥିଲା । ଶିଶୁଟି କାମୁଡିବା ପରେ ସାପଟି ମରି ଯାଇଥିଲା । ଶୁଣିବାକୁ ମିଳୁଛି କି ଏହି ଛୁଆଟି ସାପଟିକୁ କାମିଡି ୨ ଖଣ୍ଡ କରି ଦେଇଥିଲା । ବେଟିଆରେ ଥିବା ହସ୍ପିଟାଲରେ ଡାକ୍ତର ଦେବାକାନ୍ତ ମିଶ୍ରା କହିଛନ୍ତି କି ଶିଶୁଟିର ଶରୀରରେ ବିଷକ୍ରିୟାର କୌଣସି ଲକ୍ଷଣ ନାହିଁ । ତେବେ ଶିଶୁଟିର ଚିକିତ୍ସା ଚାଲିଛି । ଶିଶୁଟିର ଅବସ୍ଥା ସୁସ୍ଥ ରହିଛି । ସେ ବିପଦମୁକ୍ତ ରହିଛି । ଏହି ଘଟଣା ଜାଣିଲାପରେ ସମସ୍ତେ ଆଶ୍ଚର୍ଯ ହୋଇଯାଇଛନ୍ତି । ତେବେ ଏହି କୁନି ଶିଶୁଟି ସାପଟିକୁ କାମୁଡି ଦେବା ଫଳରେ ସାପର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking