28.1 C
Bhubaneswar
Monday, February 23, 2026
Homeଓଡିଶା‘ସୁଭଦ୍ରା’ ଆକାଉଣ୍ଟକୁ ଗଲା ୧ ଟଙ୍କା

‘ସୁଭଦ୍ରା’ ଆକାଉଣ୍ଟକୁ ଗଲା ୧ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଯାଇଛି। ପରୀକ୍ଷାମୂଳକ ଭାବେ ଏହି ଟଙ୍କା ପଠାଯାଇଥିବା ‘ସୁଭଦ୍ରା’ ସଚେତନତା ଶୋଭାଯାତ୍ରାରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ନେତା, କର୍ମୀ ଏବଂ ଜନସାଧାରଣ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନ ପହଞ୍ଚିବା ଯାଏ ଯୋଜନା ଚାଲୁ ରହିବ। ୧୭ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ଭୟଭୀତ ନ ହେବାକୁ ପରିଡ଼ା ପରାମର୍ଶ ଦେଇଛନ୍ତି। ସବୁ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏପର୍ଯ୍ୟନ୍ତ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking