30.1 C
Bhubaneswar
Wednesday, February 11, 2026
Homeଓଡିଶାଚାକିରି କାଳରେ ମୃତ୍ୟୁ ହେଲେ ପାଚିକାଙ୍କ ପରିବାରକୁ ୧ ଲକ୍ଷ

ଚାକିରି କାଳରେ ମୃତ୍ୟୁ ହେଲେ ପାଚିକାଙ୍କ ପରିବାରକୁ ୧ ଲକ୍ଷ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନାରେ କାର୍ଯ୍ୟରତ ପାଚିକାଙ୍କର ଚାକିରି କାଳରେ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଉଛି।

ଏହି ଯୋଜନାରେ ପାଚିକାଙ୍କୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ହାରରେ ପାରିତୋଷିକ ଦିଆଯାଏ। ପାଚିକାଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଏହି ସହାୟତା ପାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଦତ୍ତ ପାଚିକାଙ୍କ ମୃତ୍ୟୁ ପ୍ରମାଣପତ୍ରର ନକଲ, ତହସିଲଦାରଙ୍କ ପ୍ରଦତ୍ତ ମୃତ ପାଚିକାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରର ନକଲ, ମୃତ ପାଚିକା ଓ ଦାବିଦାରଙ୍କ ଆଧାର କାର୍ଡର ନକଲ, ଦାବିଦାରଙ୍କ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠାର ନକଲ, ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କଠାରୁ ଆବଶ୍ୟକ ସୁପାରିସ ଆଦି କାଗଜପତ୍ର ଆବଶ୍ୟକ। ସହାୟତ‌ା ରାଶି ସିଧାସଳଖ ଦାବିଦାରଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking