28.1 C
Bhubaneswar
Friday, September 20, 2024
Homeଓଡିଶାଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର : ମନ୍ତ୍ରୀ

ଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର : ମନ୍ତ୍ରୀ

ଭୁବନେଶ୍ୱର : ଏଣିକି କେଉଁମାନଙ୍କୁ ଅନ୍ତଦ୍ୱୟ ଗୃହ ଯୋଜନାରେ ଘର ମିଳିବ ସେନେଇ ସେ ନେଇ ମନ୍ତ୍ରୀ ରବି ନାୟକ ବିସ୍ତୃତ ତଥ୍ୟ ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବାତ୍ୟା ଓ ବନ୍ୟା ଦ୍ୱାରା ଘର ନଷ୍ଟ ହେଲେ କିମ୍ବା ହାତୀ ଘର ନଷ୍ଟ କଲେ ଅନ୍ତଦ୍ୱୟ ଗୃହ ଯୋଜନାରେ ଘର ମିଳିବ  । ସେହିପରି ବିଭିନ୍ନ କାରଣରୁ ଘର ପୋଡ଼ିଗଲେ ମଧ୍ୟ ଅନ୍ତଦ୍ୱୟ ଗୃହ ଯୋଜନାରେ ଘର ମିଳିବ । ପୂର୍ବରୁ ଏଭଳି କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା । ତେବେ ରାଜ୍ୟରେ ଏବେ ବିଜେପି ସରକାର ଆସିଛି । ଆଉ ସରକାର ନୂଆ ଯୋଜନା ଆଣିଛନ୍ତି ଯାହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ । ତାଙ୍କ କହିବା ମୁତାବକ, ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ଖୁବଶୀଘ୍ର ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking