25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭସାଣି ବେଳେ ପଥର ଓ ଗୁଳି ମାଡ଼; ଜଣେ ମୃତ

ଭସାଣି ବେଳେ ପଥର ଓ ଗୁଳି ମାଡ଼; ଜଣେ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇଛି। ଏଥିରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛି। ଉତ୍ତେଜନା ବୃଦ୍ଧି ପାଇବା ପରେ ପୁଲିସ ପହଞ୍ଚି ୩୦ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା।

ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିବାରୁ ଅପରପକ୍ଷ ଲୋକେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଗୁଳିମାଡ଼ ମଧ୍ୟ କରାଯାଇଥିଲେ। ଏଥିରେ ଜଣେ ୨୨ ବର୍ଷର ଯୁବକ ରାମ ଗୋପାଲ ମିଶ୍ରା ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking