26.1 C
Bhubaneswar
Monday, March 31, 2025
Homeଓଡିଶାବଜ୍ରପାତକୁ ରୋକିବାପାଇଁ ଲାଗିଲାଣି ୧୯ଲକ୍ଷ ତାଳ ଗଛ ଚାରା

ବଜ୍ରପାତକୁ ରୋକିବାପାଇଁ ଲାଗିଲାଣି ୧୯ଲକ୍ଷ ତାଳ ଗଛ ଚାରା

ଭୁବନେଶ୍ୱର: ବ୍ରଜପାତରୁ ସୁରକ୍ଷା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୀ ପରିବର୍ତ୍ତନ ବିଭାଗ ତରଫରୁ ୨୦୨୪-୨୫ ଆର୍ଥିକ ବର୍ଷରେ ତାଳ ଗଛ ଚାରା ରୋପଣ ପାଇଁ ହୋଇଥିବା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଟି ବନଖଣ୍ଡରେ ୧୯ଲକ୍ଷ ତାଳ ଗଛ ଚାରା ରୋପଣ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ଯୋଜନାରେ ଦୁଇ ବର୍ଷ ଯଥା ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ପାଇଁ ୭କୋଟି ୫୯ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥବଲା । ବଜ୍ରପାତକୁ ରୋକିବାପାଇଁ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୩ଲକ୍ଷ ତାଳଗଛ ଚାରା ରୋପଣ ପାଇଁ ୭.୫୯କୋଟି ଟଙ୍କା ପ୍ରଦାନ କରାଯାିଥିଲା ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଲଗାଯାଇଥିବା ତାଳଗଛ ଚାରା ମଧ୍ୟରୁ ସର୍ବାଧିକ ୧ଲକ୍ଷ ଚାରା କଳାହାଣ୍ଡି ଦକ୍ଷିଣ ବନଖଣ୍ଡରେ ଲଗାଯାଇଥିବାବେଳେ ନଗୟୟାଗଡ ଓ ସୁନ୍ଦରଗଡର ବଣାଇ ବନଖଣ୍ଡରେ ୮୦ହଜାର କରି ତାଳଗଛ ଚାରା ଲଗାଯାଇଛି । ସବୁଠାରୁ କମ୍‍ ମାତ୍ର ୧ହଜାର ତାଳ ଚାରା କଟକ ସିଟି ବନଖଣ୍ଡରେ ଲଗାଯାଇଛି । ସେହିଭଳି ଗତ ୫ବର୍ଷ ମଧ୍ୟରେ ବଜ୍ରପାତରେ ରାଜ୍ୟରେ ମୋଟ୍‍ ୧୪୧୮ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏଥି ମଧ୍ୟରେ ୨୦୨୦-୨୧ ବର୍ଷୋର ସର୍ବାଧିକ ୩୩୯ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୨୨-୨୩ ବର୍ଷରେ ୩୦୬ ଜଣ ମରିଛନ୍ତି । ଏହି ୫ବର୍ଷରେ ସର୍ବାଧିକ ୧୩୪ଜଣ ମୟୁରଭଞ୍ଜ ଜିଲ୍ଲାରେ ମୃତ୍ୟୁବରଣ କରିଥିବାବେଳେ ବାଲେଶ୍ୱରରେ ୧୧୦, ଗଞ୍ଜାମରେ ୧୦୪ ଓ କେନ୍ଦୁଝରରେ ୧୦୦ ଜଣ ମୃତ୍ୟୁବରଣ କରିଛନ୍ତି । ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୧୧ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking