ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶ ଆରମ୍ଭ ହୋଇଛି । ଜୟ ଜଗନ୍ନାଥ କହି ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ନିଜର ଅଭିଭାଷଣ ରଖି କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ଦିଆଯିବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଥିବା ରାଜ୍ୟପାଳ ନିଜର ଅଭିଭାଷଣରେ କହିଛନ୍ତି । ଏହାଛଡ଼ା ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶା ଖଣିଜ ସମ୍ପଦରେ ଭରପୂର । ନିଜର ଐତିହ୍ୟ ଓ କୀର୍ତ୍ତିରାଜିକୁ ନେଇ ଓଡ଼ିଶା ପରିଚିତ । ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ଆମ ସରକାରଙ୍କ ମୂଳମନ୍ତ୍ର । ଗରୀବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର । ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଓଡ଼ିଆ ଅସ୍ମିତା ଦିଗରେ ମୋ ସରକାର କାର୍ଯ୍ୟ କରୁଛି । ଉକ୍ରର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ସଫଳତାର ସହ ଆୟୋଜନ କରିଛୁ । ମୋ ସରକାର ନୂଆ ଶିକ୍ଷା ନୀତିକୁ ଲାଗୁ କରିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହୋଇଛନ୍ତି । ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ ରାଜ୍ୟ ସରକାର କାମ କରୁଛନ୍ତି ।










