27.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶ୧.୨୫ ଲକ୍ଷ ଛୁଇଁବ ସୁନାମୂଲ୍ୟ: ରିପୋର୍ଟ

୧.୨୫ ଲକ୍ଷ ଛୁଇଁବ ସୁନାମୂଲ୍ୟ: ରିପୋର୍ଟ

ନୂଆଦିଲ୍ଲୀ: ୨୦୨୫ର ପ୍ରଥମାର୍ଦ୍ଧରେ ସୁନା ମୂଲ୍ୟ ପ୍ରାୟ ୩୩% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ମୁଦ୍ରା ନୀତି ସହଜ ହେବାର ଆଶା ସଞ୍ଚାର ଏବଂ ଆମେରିକୀୟ ଅର୍ଥନୀତି ବିଷୟରେ ସାଂଗଠନିକ ମାତ୍ରାଧିକ ଯୋଗୁଁ ସୁନା ମୂଲ୍ୟ ଏପ୍ରକାର ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି। ତେବେ ଏସବୁ ମଧ୍ୟରେ ଭାରତ ପାଇଁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଆଇସିଆଇସିଆଇ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ଗୋଷ୍ଠୀ ପକ୍ଷରୁ ପ୍ରକାଶିତ ଏକ ଗବେଷଣାଭିତ୍ତିକ ରିପୋର୍ଟ ଅନୁସାରେ ୨୦୨୫ର ବାକି ମାସଗୁଡ଼ିକରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯୯,୫୦୦ ଟଙ୍କାରୁ ୧,୧୦,୦୦୦ ଟଙ୍କା ରହିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ବର୍ଷ ୨୦୨୬ର ପ୍ରଥମାର୍ଦ୍ଧ ସୁଦ୍ଧା ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ୍ ୧,୧୦,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କା ମଧ୍ୟରେ ପହଞ୍ଚିବା ସମ୍ଭାବନା ରହିଥିବା ରିପୋର୍ଟ ଦର୍ଶାଇଛି।

ବିଶ୍ଳେଷକମାନେ ଅନୁମାନ କରିଛନ୍ତି ଯେ ବିଶ୍ୱ ସୁନା ମୂଲ୍ୟ ୨୦୨୫ ଶେଷ ସୁଦ୍ଧା ପ୍ରତି ଆଉନ୍ସ ପିଛା ୩,୪୦୦-୩,୬୦୦ ଡଲାର ଏବଂ ୨୦୨୬ ପ୍ରଥମାର୍ଦ୍ଧରେ ୩,୬୦୦-୩,୮୦୦ ଡଲାର ମଧ୍ୟରେ ରହିବ। ତେବେ ରିପୋର୍ଟ ଅନୁସାରେ, “ଯଦି ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଆମର ଆକଳନ ଅପେକ୍ଷା ଦୁର୍ବଳ ରୁହେ, ତେବେ ଏହି ଆକଳନ ମଧ୍ୟ ଭୁଲ୍ ପ୍ରମାଣିତ ହୋଇପାରେ। ସିଧାଅର୍ଥରେ କହିଲେ ଡଲାର ତୁଳନାରେ ଭାରତୀୟ ଟଙ୍କା ‘ରୁପି’ ଯଦି (୮୭ରୁ ୮୯ ଟଙ୍କା ମଧ୍ୟରେ ନରହି) ଆହୁରି ନିମ୍ନଗାମୀ ହୁଏ ତେବେ ଏହି ସମୟ ସୁଦ୍ଧା ସୁନା ମୂଲ୍ୟ ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ଆହୁରି ଅଧିକ ବୃଦ୍ଧି ପାଇପାରେ। ସେହିପରି ଯଦି ନିକଟ ଭବିଷ୍ୟତରେ ଦେଶ ଦେଶ ମଧ୍ୟରେ କୂଟନୈତିକ କିମ୍ବା ଭୂରାଜନୈତିକ ଉତ୍ତେଜନା ମଧ୍ୟ ବୃଦ୍ଧି ପାଏ, ତେବେ ମଧ୍ୟ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ ଆହୁରି କୁହାଯାଇଛି।

ଦେଶୀୟ ବଜାରରେ ସୁନା ମୂଲ୍ୟ ବୃଦ୍ଧିରେ ଦୁର୍ବଳ ଟଙ୍କା ଏବଂ ନିବେଶ ଚାହିଦା ମୁଖ୍ୟ ଭୂମିକା ଗ୍ରହଣ କରିଛି। ଭାରତର ସୁନା ଆମଦାନୀ ଜୁନ୍‌ରେ ୧.୮ ବିଲିୟନ ଡଲାରରୁ ଜୁଲାଇ ୨୦୨୫ରେ ୪.୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା ଉତ୍ସବ ଋତୁ ପୂର୍ବରୁ ଦୃଢ଼ ଚାହିଦାକୁ ପ୍ରତିଫଳିତ କରୁଛି। ଗୋଲ୍ଡ ଇଟିଏଫରେ ମଧ୍ୟ ନିବେଶ ବୃଦ୍ଧି ପାଇଛି। ଦୁର୍ବଳ ଟଙ୍କା ଏବଂ ନିବେଶକଙ୍କ ଚାହିଦା ସୁନା ଆମଦାନୀକୁ ବୃଦ୍ଧି କରିଛି। ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଙ୍ଗଠନ (ଏଏମ୍‌ଏଫ୍‌ଆଇ) ଅନୁସାରେ, ଜୁଲାଇରେ ୧୨.୬ ବିଲିଅନ ଟଙ୍କାର ନେଟ୍ ନିବେଶ ହୋଇଛି, ଯାହା ଗତ ବର୍ଷ ତୁଳନାରେ ଦୁଇଗୁଣା ଅଟେ। ତେବେ ୨୦୨୫-୨୬ରେ ଫେଡ୍ ଦ୍ୱାରା ୧୨୫ ବେସିସ୍ ପଏଣ୍ଟ ସୁଧ ହାର ହ୍ରାସ ସମେତ ଆମେରିକାରେ ବିକାଶମୂଳକ କାର୍ଯ୍ୟକ୍ରମ ସୁନା ମୂଲ୍ୟର ଗତିକୁ ନିର୍ଣ୍ଣୟ କରିବା ନିଶ୍ଚିତ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking