26.1 C
Bhubaneswar
Sunday, January 18, 2026
Homeଓଡିଶାଜଙ୍ଗଲୀ ପଶୁଙ୍କ ପାଇଁ ବିଦ୍ୟୁତ୍ ତାର ବିଛାଇଲେ କାର୍ଯ୍ୟାନୁଷ୍ଠାନ

ଜଙ୍ଗଲୀ ପଶୁଙ୍କ ପାଇଁ ବିଦ୍ୟୁତ୍ ତାର ବିଛାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାରହା ସମେତ ଅନ୍ୟାନ୍ୟ ଜଙ୍ଗଲୀ ପଶୁଙ୍କ ଶିକାର ପାଇଁ ବିଦ୍ୟୁତ୍ ସଂଯୋଗ କାରଣରୁ ଅନେକ ହାତୀ ବିଦ୍ୟୁତ୍ ଆଘାତ ପାଇଁ ମୃତ୍ୟୁବରଣ କରୁଛନ୍ତି। ଯେଉଁ ମାନେ ଏଭଳି କାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଲୋକ ଏଥିରେ ସଂପୃକ୍ତ ତାଙ୍କ ଘରୁ ବିଦ୍ୟୁତ୍ ସଂଯୋଗ କଟାଯିବ। ଜଣେ ଲୋକଙ୍କ ପାଇଁ ସମଗ୍ର ଗାଁ ବଦନାମ ହେଉଛି। ଜାତୀୟ ସ୍ତରରେ ବି ରାଜ୍ୟର ନାଁ ଖରାପ ହେଉଛି। ତେଣୁ ଯେଉଁ ମାନେ ଏ ଘଟଣାରେ ସଂପୃକ୍ତ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଧାନସଭା ପ୍ରଶ୍ନକାଳରେ ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ।
ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ କିମ୍ୱା ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ଫାଶ ବ୍ୟବହାର କରାଯାଉଛି। ଯେଉଁଥିରେ ପଡ଼ି ଅନେକ ଜଙ୍ଗଲୀ ଜନ୍ତୁଙ୍କ ଜୀବନ ଯାଉଛି। ଏଭଳି ଅଘଟଣ ରୋକିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ କରେଣ୍ଟ ଦ୍ୱାରା ହେଉଥିବା ହାତୀ ଓ ବାରାହା ଶିକାର ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking