27.1 C
Bhubaneswar
Wednesday, February 4, 2026
Homeଓଡିଶା୫ରୁ ଅଧିକ ଦୋକାନ ଉପରେ ଚଢ଼ିଗଲା ହାଇୱା

୫ରୁ ଅଧିକ ଦୋକାନ ଉପରେ ଚଢ଼ିଗଲା ହାଇୱା

ବାଲେଶ୍ୱର: ମଦ୍ୟପ ହାଇୱା ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ । ଭୋଗରାଇ ବ୍ଲକ ଚୌକି ହାଟରେ ୫ରୁ ଅଧିକ ଦୋକାନ ଉପରେ ଚଢିଗଲା ହାଇୱା । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ଚୌକି ହାଟ ଠାରେ ଛିଡା ହୋଇଥିବା ହାଇୱା ଗାଡି ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ହାଇୱା ଗାଡି ଡ୍ରାଇଭର ମଦ୍ୟପାନ କରି ଗୋଟିଏ ଅଟୋ ସହିତ ୫ଟି ଦୋକାନକୁ ଭାଙ୍ଗି ଦେଇଛି । ଯାହାକୁ ନେଇ ସ୍ତାନୀୟ ଲୋକେ ଓ ଦୋକାନୀମାନେ ଗାଡିଟିକୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିଥିଲା । ପରେ ଡ୍ରାଇଭରଙ୍କୁ କାବୁ କରିଥିଲେ । ଏନେଇ ଭୋଗରାଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଥାନାକୁ ନେବା ପାଇଁ ଚେଷ୍ଟା କରିଥିଲେ । କ୍ଷତିପୂରଣ ପାଇଁ ବିରୋଧ କରିଥିଲେ । କ୍ଷୟକ୍ଷତି ହୋଇଥିବା ଦୋକାନୀଙ୍କୁ ନ୍ୟାୟ ଦିଆଯିବ ବୋଲି କହିବା ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ପୋଲିସକୁ ଖବର ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking