ସମ୍ବଲପୁର: ଶୁକ୍ରବାର ଦୁଇ ଛୁଆଙ୍କୁ କୂଅରେ ଫିଙ୍ଗି ମାରିଥିବା ମା’ର ଝୁଲନ୍ତା ମୃତଦେହ ଦୁମକୁ ନାଳ ନିକଟ ଗଛରୁ ଆଜି ଉଦ୍ଧାର ହୋଇଛି । ମହୁଲପାଲି ଥାନା ସର୍ଗିଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଝୁଲନ୍ତା ମୃତଦେହ ଉଦ୍ଧାର କରି ପୋଲିସ ଛାନଭିନ ଆରମ୍ଭ କରିଛି । ସୂଚନାଥାଉ କି, ଗତକାଲି ନିଜର ଦୁଇ ଛୁଆକୁ କୂଅରେ ପକାଇ ମାରିଥିଲା ମା । ଜଣଙ୍କର ବୟସ ୪ ବର୍ଷ , ଆଉ ଜଣଙ୍କ ବୟସ ୬ ବର୍ଷର । ଖବର ଜାଣିବା ପରେ କୂଅ ଭିତରୁ ୨ ଝିଅଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଦୁଇ ଝିଅଙ୍କ ମା ମାନସିକ ବିକୃତି ଥିବାରୁ ସେ ଝିଅମାନଙ୍କୁ ଘର ପାଖ ଜମି ଭିତରେ ଥିବା କୂଅରେ ପକାଇଥିବା ନେଇ ସ୍ୱାମୀ ପଚାରିବାରୁ କହିଥିଲା । ତାପରେ କେଉଁଆଡେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ମାଆ ।










