ଭୁବନେଶ୍ୱର: ୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପ୍ରକାଶିତ । ୨୦୨୫ ଅପରାଧିକ କାର୍ଯ୍ୟକଳାପକୁ ନେଇ ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ କରାଯାଇଛି । ୨୦୨୫ ମସିହାରେ ୨,୨୯,୮୮୧ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି । ୧୩୦୪ ହତ୍ୟା, ୩୫୩ ଡକାୟତି, ୧୮୦୨ ଲୁଣ୍ଠନ, ୬, ୨୮୨ ସିନ୍ଧି ଚୋରି , ୬୦୫୩ ପ୍ରତାରଣା, ୧୦୯୫ଟି ଦଙ୍ଗା, ୨୯୯୪ଟି ଦୁଷ୍କର୍ମ ମାମଲା, ୧୨, ୭୮୨ ମୋଟର ଦୁର୍ଘଟଣା ମଧ୍ୟ ପଞ୍ଜିକୃତ ହୋଇଛି । ୧ ଲକ୍ଷ ୯୮ ହଜାର ୫୧୩ଟି ମାମଲା ବିଏନଏସ ଅନୁଯାୟୀ ପଞ୍ଜିକୃତ ହୋଇଛି ।










