19.1 C
Bhubaneswar
Monday, February 2, 2026
Homeଓଡିଶା୧୧୨କୁ ଫୋନ୍ କରି ସହାୟତା ନିଅ: ଅଗ୍ନିଶମ ଡିଜି

୧୧୨କୁ ଫୋନ୍ କରି ସହାୟତା ନିଅ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ନିଆରା ପ୍ରୟାସ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଡେମୋ ପ୍ରଦର୍ଶନ ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବାର କୌଶଳ ଦେଖାଇଛନ୍ତି ଫାୟାର ଫାଇଟର । କେବଳ ନିଆଁ ଲିଭା ନୁହେଁ ଅନ୍ୟାନ୍ୟ କ୍ଷେତ୍ରର କାର୍ଯ୍ୟ ନେଇ ଡେମୋ ପ୍ରଦର୍ଶନ ହୋଇଛି । ସଡକ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟର ଡେମୋ ପ୍ରଦର୍ଶନ କରାଯାଇଛି । କାର୍ ଉପରେ ଚଢିଯାଇଥିବା ଟ୍ୟାଙ୍କରରୁୁ ଆହତଙ୍କୁ ଉଦ୍ଧାର ବେଳର ଡେମୋ ଦିଆଯାଇଛି । ଲୋକେ ୧୧୨କୁ ଫୋନ୍ କରି ପୂରା ସେବା ନେବା ପ୍ରୟାସ ପାଇଁ ନିବେଦନ କରିଛନ୍ତି ଅଗ୍ନିଶମ ଡିଜି । ଦୁର୍ଘଟଣାରେ କିପରି ପ୍ରଥମେ ଫାଷ୍ଟ ଏଡ୍ ଦିଆଯିବ ତାହା ଦେଖାଇଲେ । ଫାଷ୍ଟ ଏଡ୍ ନେଇ ସମସ୍ତେ ଅବଗତ ହେବା ଜରୁରୀ ବୋଲି ବାର୍ତ୍ତା ଦେଲେ । ରାଜ୍ୟରେ ସମସ୍ତ ବ୍ଲକ ସମେତ ୩୪୬ଟି ଅଗ୍ନିଶମ କେନ୍ଦ୍ର ରହିଛି । ସମସ୍ତ ପ୍ରକାର ସରଞ୍ଜାମ ରହିଛି, ସେବା ପାଇଁ ପ୍ରସ୍ତୁତ କହିଲେ ଅଗ୍ନିଶମ ଡିଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking