ନୂଆଦିଲ୍ଲୀ : ହ୍ୱାଟ୍ସଆପ୍କୁ ସୁପ୍ରିମ୍କୋର୍ଟଙ୍କ ଚେତାବନୀ । ଯଦି ତୁମେ ଭାରତୀୟ ସମ୍ବିଧାନକୁ ଅନୁସରଣ କରିପାରୁନ ତେବେ ଭାରତ ଛାଡ଼ିଦିଅ । ଭାରତର ଯେକୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଖେଳିବାରେ ହ୍ୱାଟ୍ସଆପର କୌଣସି ଅଧିକାର ନାହିଁ। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ନାଗରିକଙ୍କ ୟୁଜର୍ସ ଡାଟା। ଭାରତର ଗୋପନୀୟତା ସହ ନ ଖେଳିବାକୁ ହ୍ୱାଟ୍ସଆପ୍ ର ପ୍ୟାରେଣ୍ଟାଲ୍ କମ୍ପାନୀ ‘ମେଟା’କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆମେରିକୀୟ କମ୍ପାନୀ ମେଟାକୁ ଏହି ଚେତାବନୀ ଦେଇଛନ୍ତି ସିଜେଆଇ ସୂର୍ଯ୍ୟକାନ୍ତ। ଆମ ଦେଶର କୌଣସି ବି ଗୋଟିଏ ତଥ୍ୟ ସେୟାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ହ୍ୱାଟ୍ସଆପ୍ ୨୦୨୧ ପ୍ରାଇଭେସି ପଲିସିକୁ ଭିତ୍ତି କରି ହୋଇଥିବା ଆବେଦନ ଉପରେ ଏହି ରାୟ ଦେଇଛନ୍ତି ସିଜେଆଇ। ହ୍ୱାଟ୍ସଆପ୍ ୟୁଜର୍ସଙ୍କ ତଥ୍ୟକୁ କିପରି ଭାବେ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି, କୋର୍ଟରେ ତା’ର ତଥ୍ୟ ଉପସ୍ଥାପନା କରିଥିଲେ ସଲିସିଟର୍ ଜେନେରାଲ ତୁଷାର ମେହେତା। ସବୁ ଯୁକ୍ତି ଶୁଣି ସାରିବା ପରେ ମେଟାକୁ କଡ଼ା ଭର୍ତ୍ସନା କରିଥିଲେ ଅଦାଲତ।










