ନୂଆଦିଲ୍ଲୀ: ହୋଟେଲ ରୁମରୁ ଯୁବକ, ଯୁବତୀଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ବାରାଣସୀର କ୍ୟାଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଚେକ ଆଉଟ ସମୟରେ ଯେତେବେଳେ ସେମାନେ ଦ୍ୱାର ଖୋଲିନଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀ ସନ୍ଦେହ କଲେ । ବାରମ୍ବାର ଫୋନ କରିବା ପରେ ବି ଉଭୟଙ୍କ କିଛି ପ୍ରତିକ୍ରିୟା ମିଳିନଥିଲା । ତା ପରେ ହୋଟେଲ ମାଲିକ ଡରିଯାଇ ପୋଲିସକୁ ଖବର ଦେଇଥିଲେ । ପୋଲିସର ପ୍ରାଥମିକ ତଦନ୍ତୁରୁ ଜଣାପଡିଛି ଯେ, ଉଭୟ ବିଷାକ୍ତ ପଦାର୍ଥ ଖାଇଥିବା ଜଣାପଡିଛି । ସେମାନଙ୍କଠାରୁ ଏକ ସୁଇସାଇଡ ନୋଟ ମିଳିଥିଲା । ମୃତକଙ୍କ ଦୁଇ ଜଣ ହେଉଛନ୍ତି, ହ୍ରାଇଦ୍ରାବାଦର ବାସିନ୍ଦା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଫରେନସିକ ଦଳ ପ୍ରମାଣ ସଂଗ୍ରହ କରିଛନ୍ତି । କୋଠରୀକୁ ସିଲ କରାଯାଇଛି ପାଖରେ ଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି । ପୋଲିସ କହିଛି ଯେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ । ତେବେ ଯୁବକ, ଯୁବତୀଙ୍କ ମୃତ୍ୟୁ ହେବା ଶୁଣି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଛନ୍ତି ।ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ।










